ଇଗଲ କ୍ରିକେଟ କ୍ଳବ ୮ ୱିକେଟରେ ବିଜୟୀ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ଖେଳପଡ଼ିଆ ପରିସରରେ ରୟାଲ କ୍ରିକେଟ କ୍ଳବ ପକ୍ଷରୁ ଶୁକ୍ରବାର ଗୌତମ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟର ଦ୍ୱିତୀୟ ଦିବସ ଇଗଲ କ୍ରିକେଟ କ୍ଳବ, ହିଂଜିଳିକାଟୁ ଓ ଓରିଏଂଟ କ୍ରିକେଟ କ୍ଳବ ମୁଜାଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ଓରିଏଂଟ କ୍ରିକେଟ କ୍ଳବ ମୁଜାଗଡ଼ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୮ ଓଭରରେ ୬ଟି ୱିକେଟ ହରାଇ ୧୩୭ ରନ୍ ସଂଗ୍ରହ କରିଥିଲେ । ଜବାବରେ ବିପକ୍ଷ ହିଂଜିଳିକାଟୁ ଦଳ ୧୩.୧ ଓଭରରେ ୨ଟି ୱିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲେ । ଇଗଲ କ୍ରିକେଟ କ୍ଳବ, ହିଂଜିଳିକାଟୁର ସଚ୍ଚିନ ୨୫ ବଲରୁ ଧୁଆଁଧାର ୫୮ରନ୍ ସଂଗ୍ରହ କରିଥିବାରୁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ହିଂଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ କେଶବ ଚନ୍ଦ୍ର ଷଡ଼ଙ୍ଗି ଯୋଗଦେଇ ସଚ୍ଚିନଙ୍କୁ ପୁରସ୍କୃତ କରିଥିଲେ । ଆମ୍ପାୟର ଭାବେ ଉମାଶଙ୍କର ସାବତ ଓ ରଶ୍ମିରଂଜନ ସାହୁ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ଦିନେଶ ପାଣିଗ୍ରାହୀ ଓ ଜିଜେଶ ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ ।