ଇଚ୍ଛାଧୀନ ହୋଇପାରେ ଆଇସିଏସଇ ପରୀକ୍ଷା

ନୂଆଦିଲ୍ଲୀ: କରୋନା ଯୋଗୁଁ ଆଇସିଏସଇ ଓ ଆଇଏସସି ଦଶମ ତଥା ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ବକେୟା ବୋର୍ଡ ପରୀକ୍ଷା ଇଚ୍ଛାଧୀନ ହେବ । ‘ଇଣ୍ଟରନାଲ ଆସେସମେଣ୍ଟ‘ ଆଧାରରେ ସେମାନଙ୍କୁ ଉତ୍ତୀର୍ଣ୍ଣ କରାଯିବ । ପରୀକ୍ଷା କିମ୍ବା ଇଣ୍ଟରନାଲ ଆସେସମେଣ୍ଟ ମଧ୍ୟରୁ ଛାତ୍ରଛାତ୍ରୀଙ୍କୁ ଗୋଟିଏ ବାଛିବାକୁ ହେବ । ଏଭଳି ପ୍ରସ୍ତାବ ଉପରେ ଆଇସିଏସଇ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପସନ୍ଦ ଆହ୍ୱାନ କରାଯାଇଛି । ସୋମବାର ଏ ସଂକ୍ରାନ୍ତ ନୋଟିସ ଜାରି କରାଯାଇ ଜୁନ ୨୨ ସୁଦ୍ଧା ନିଜର ପସନ୍ଦ ଜଣାଇବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି । ସୂଚନା ଯୋଗ୍ୟ ଯେ କରୋନା ଜନିତ ତାଲାବନ୍ଦ ଯୋଗୁଁ ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ବୋର୍ଡ ପରୀକ୍ଷାରୁ କେତୋଟି ପତ୍ର ସ୍ଥଗିତ ରହିଛି । ଆସନ୍ତା ଜୁଲାଇ ୨ ରୁ ଏହି ବକେୟା ପରୀକ୍ଷା ଆୟୋଜନ ପାଇଁ କାର୍ଯ୍ୟସୂଚୀ ଧାର୍ଯ୍ୟ ହୋଇଛି । ବମ୍ବେ ହାଇକୋର୍ଠରେ ପରୀକ୍ଷା ସଂକ୍ରାନ୍ତ ଏକ ମାମଲା ଶୁଣାଣି ବେଳେ ଆଇସିଏସଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପରୀକ୍ଷା ହେବାକୁ ଥିବା ବିଷୟ ଗୁଡ଼ିକର ମୂଲ୍ୟାଙ୍କନ ପ୍ରି-ବୋର୍ଡ ପରୀକ୍ଷା ନମ୍ବର ଆଧାରରେ କରାଯିବ ଏବଂ ଏହି ନମ୍ବର ଅନୁବନ୍ଧିତ ସ୍କୁଲଗୁଡ଼ିକରୁ ମିଳିସାରିଛି ବୋଲି କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ