ଇଛାପୁର ସରସ୍ୱତୀ ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ଇଛାପୁରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ମାତୃ ସମ୍ମିଳନୀ ମଙ୍ଗଳବାର ଅପରାହ୍ନରେ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଶିଶୁ ମନ୍ଦିର ପରିଚାଳନା ସମିତିର ସଭାପତି ଅଧ୍ୟାପକ ପ୍ରଶାନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମାତୃ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ଭେଷେରା,ମୁଖ୍ୟବକ୍ତା ଭାବେ ମାନସ ଭୂଷଣ ପଣ୍ଡିତ ହୃଷିକେଶ ରଥ,ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ଯୋଗଦେଇ ଶିଶୁ ମନ୍ଦିରରେ ସ୍ୱତନ୍ତ୍ର ଭାବେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥାଏ । ଶିଶୁମାନଙ୍କୁ ଗଢିବାରେ ଏବଂ ସମାଜ ପାଇଁ ଜଣେ ଆଦର୍ଶ ମଣିଷ ଭାବେ ପ୍ରତିଷ୍ଠିତ କରିବା ମା’ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ସମ୍ପାଦକ ମନୋରଞ୍ଜନ ମହାପାତ୍ର ଅତିଥି ପରିଚୟ ପ୍ରଦାନ,ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ରାଉତ ବୀବରଣୀ ପାଠ କରିଥିବା ବେଳେ ଯୁଗ୍ମ ସମ୍ପାଦକ ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବୀତରଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ଅଶୋକ ସୁଆର, ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପତି, ଉପସଭାପତି ହରିହର ସୁଆର, ଗୁରୁଜୀ ପ୍ରଦୀପ ବେହେରା, ସୁରେନ୍ଦ୍ର ନାୟକ, ସନାତନ ସ୍ୱାଇଁ, ଶୁଭେନ୍ଦୁ ଦାସ, ଗୁରୁମା ବିଜୟୀନୀ ମେକାପ, ନତାଶା ପତ୍ରୀ, ଗଜଲକ୍ଷ୍ମୀ ରାଉତ, ବିଜୟଲକ୍ଷ୍ମୀ ରାଉତ, ପ୍ରୀୟଙ୍କା ସାହୁ, ନିରୂପମା ଦାସ, ସ୍ୱପ୍ନାଶ୍ରୀ ମେକାପ, ରଞ୍ଜୁବାଳା ବେହେରା, ଦେବୀଦିପା ଦାସ, କୁସୁମ ମଞ୍ଜରୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହ ଯୋଗ କରିଥିଲେ । ଶେଷରେ ଶିଶୁ ମନ୍ଦିର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ