ଇଛାପୁର ହାଇସ୍କୁଲ ପୁରାତନ ଛାତ୍ରଛାତ୍ରୀଙ୍କ ସୁବର୍ଣ୍ଣ ଜୟନ୍ତୀ ସମାବେଶ ଓ ଗୁରୁପୂଜନ ଉତ୍ସବ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଇଛାପୁର ହାଇସ୍କୁଲର ୧୯୭୨ ମସିହା ମାଟ୍ରିକ ବ୍ୟାଚର ପୁରାତନ ଛାତ୍ର ସଂସଦ ପକ୍ଷରୁ ମାଟ୍ରିକ ପାସ କରିବାର ୫୦ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ସମାବେଶ ଓ ଗୁରୁ ପୂଜନ ଉତ୍ସବ ଇଛାପୁରସ୍ଥିତ ଶ୍ୟାମକାଳୀ ମଣ୍ଡପରେ ଛାତ୍ରସଂସଦର ସଭାପତି ଗଣେଶ୍ୱର ମେକାପଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଇଛାପୁର ହାଇସ୍କୁଲର ପ୍ରତିଷ୍ଠାତା ସ୍ୱର୍ଗତ ଦିଲ୍ଲିପ କୁମାର ମିଶ୍ରଙ୍କ ଫଟୋଚିତ୍ରରେ ତତ୍କାଳୀନ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଦ୍ମନାଭ କରଙ୍କ ସମେତ ସମସ୍ତ ପୁରାତନ ଛାତ୍ରଛାତ୍ରୀମାନେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପରେ ଦିବଗଂତ ଶିକ୍ଷକ ସ୍ୱର୍ଗତ ପ୍ରେମାନନ୍ଦ ମେକାପ, ଗୈାରାଙ୍ଗ ଚରଣ ମିଶ୍ର ଓ ଦିବଗଂତ ଛାତ୍ର କୁଳମଣୀ ଶତପଥୀ, ଭଗବାନ ମହାନ୍ତି, ଯୋଗେନ୍ଦ୍ର ପଣ୍ଡା ଓ ଛାତ୍ରୀ ନିର୍ମଳା କୁମାରୀ ସାହୁଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ କର , ଅବସରପ୍ରାପ୍ତ ଶିକ୍ଷକ ହୃଦାନନ୍ଦ ରାଉତ, ମୁରଲୀଧର ଷଡଙ୍ଗୀ, ବ୍ରହ୍ମାନନ୍ଦ ମେକାପ, ନନ୍ଦ କିଶୋର ସାମଲଙ୍କୁ ପୁରାତନ ଛାତ୍ରଛାତ୍ରୀମାନେ ପୁଷ୍ପମାଲ୍ୟ, ଉତ୍ତରୀୟ ଓ ଉପଢୈାକନ ଅର୍ପଣ କରି ସମ୍ବର୍ଦ୍ଧିତ କରିବା ସହିତ ଗୁରୁ ବନ୍ଦନା କରିଥିଲେ । ପ୍ରତିଉତ୍ତରରେ ସେହି ଶିକ୍ଷକମାନେ ଏଭଳି କାର୍ଯ୍ୟକ୍ରମର ଭୁୟସୀ ପ୍ରସଂଶାକରି ଅତ୍ୟନ୍ତ ଭାବବିହ୍ୱଳ ହୋଇପଡି ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଶ୍ରିର୍ବାଦ ପ୍ରଦାନ କରିଥିଲେ । ଛାତ୍ରସଂସଦ ସମ୍ପାଦକ ଗୈାରାଙ୍ଗ ଚରଣ ସାହୁ ସମ୍ପାଦକୀୟ ବୀବରଣୀ ପାଠ କରିଥିଲେ । ପୁରାତନ ଛାତ୍ର ନିରଞ୍ଜନ ଦାସ, ପ୍ରାଣକୃଷ୍ଣ ବେହେରା, ରେଣୁବାଳା ମେକାପ, ଦିବାକର ସାହୁ, ନିରଞ୍ଜନ ସାହୁ, କୁଶ ସାହୁ, ମୋହନ ପ୍ରଧାନ, ମକର ନାଥ, ଗଣେଶ୍ୱର ନାୟକ, ଆଶୁତୋଷ ନାୟକ, ହେମନ୍ତ କୁମାର ସାହୁ, ମଥୁରାନନ୍ଦ ସାହୁ, ନବଘନ ସାହୁ, ରବୀନ୍ଦ୍ର ନାଥ ମେକାପ ପ୍ରମୁଖ ଛାତ୍ର ଜୀବନର ସ୍ମୃତି ଓ ବର୍ତ୍ତମାନର ଅନୁଭୂତି ବର୍ଣ୍ଣନା କରିଥିଲେ । ପୁରାତନ ଛାତ୍ର ତଥା ବଳଦେବ ସଂସ୍କୃତି ଗବେଷକ ନିରଞ୍ଜନ ମେକାପ ବୈଠକ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।