ଇଛା ଶକ୍ତି ସମୁଖରେ ୧୮୧୭ କିମି ତୁଚ୍ଛ

ଭୁବନେଶ୍ୱର :(ଓ୍ବାଇଏନ୍ଏସ୍) : କୁହାଯାଏ ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଯାହାକୁ ପ୍ରମାଣ କରିଦେଖାଇଛନ୍ତି ଯାଜପୁର ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭଅଁରା ଗ୍ରାମର ମହେଶ ଜେନା । କୋରୋନା ଭୁତାଣୁ ଆତଙ୍କରେ ସାରା ଭାରତ ବର୍ଷରେ ବର୍ତମାନ ଲକ ଡାଉନ ଚାଲିଥିବା ବେଳେ ମହାରାଷ୍ଟ୍ରର ମୁମ୍ବାଇ ଅଂଚଳରୁ ୮ ଦିନ ଧରି ସାଇକେଲ ଚଳାଇ ଯାଜପୁରରେ ପହଂଚିଛନ୍ତି ମହେଶ। କୋରୋନା ପାଇଁ ହଠାତ୍ ସାରା ଦେଶରେ ଲକ ଡାଉନ ସରକାର ଘୋଷଣା କରିବା ପରେ ଘରକୁ ଆସିବା ପାଇଁ ବହୁ ଚେଷ୍ଟା କରି ବିପଂଳ ହୋଇଥିଲେ ସେ । ପରେ ଯେ କୌଣସିମତେ ସେ ଘରକୁ ଯିବେ ବୋଲି ମନରେ ସଂକଳ୍ପ କରିଥିଲେ । ମହାରଷ୍ଟ୍ରରୁ ଏକ ପୁରୁଣା ସାଇକେଲ ଯୋଗାଡ କରି ବାହାରିଥିଲେ ନିଜ ଗ୍ରାମ ଯାଜପୁର ଅଭିମୁଖେ । ଏହି ଯାତ୍ରା କାଳରେ ସେ ବିଭିନ୍ନ ସ୍ଥାନରେ କିଛି ସମୟ ପାଇଁ ବିଶ୍ରାମ ନେଇ ପୁଣି ଯାତ୍ରା ଆରମ୍ଭ କରି ଶେଷରେ ୮ ଦିନ ପରେ ଯାଜପୁରରେ ପହଂଚିଥିଲେ । ଯାଜପୁରରେ ପହଂଚିବାପରେ ସ୍ଥାନୀୟ ସ୍ଥାନୀୟ ବିଡିଓ ସୌରଭ ଚକ୍ରବର୍ତି ଖବର ପାଇଁ ତାଙ୍କୁ ଅବଦଲପୁର କ୍ୱାରେନଟାଇନ ହୋମରେ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ରଖିଥିଲେ କରିଥିଲେ । ମହେଶଙ୍କ ଏପରି ଦୁଃଶାହସିକ ଯାତ୍ରା ନେଇ ସାରା ଜିଲାରେ ଚର୍ଚ୍ଚାର ବିଷୟ ପାଲଟିିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ