ଇଜିପଟ୍ ଠାରୁ ପାକିସ୍ତାନ ବାୟୁସେନା କିଣିବ ୩୬ଟି ପୁରୁଣା ମିରାଜ୍-୫ ଲଢୁଆ ଜେଟ୍

ନୂଆଦିଲ୍ଲୀ: ଇଜିପଟ୍ ଠାରୁ ୩୬ଟି ଡାସଲଟ୍ ମିରାଜ୍-୫ ଲଢୁଆ ବିମାନ ଖରିଦ କରିବାକୁ ପାକିସ୍ତାନ କଥାବାର୍ତ୍ତା କରୁଛି । ଏହି ବିମାନର ନିର୍ମାତା ଫରାସୀ କମ୍ପାନି ମଧ୍ୟ ଏହାର ଉତ୍ପାଦନ ବନ୍ଦ କରି ଦେଇଛି । ଇଜିପ୍ଟ ବାୟୁସେନାରୁ ମଧ୍ୟ ଉକ୍ତ ମିରାଜ୍-୫ ବିମାନ ଅବସର ଗ୍ରହଣ କରି ସାରିଛି, କିନ୍ତୁ ପାକିସ୍ତାନ ବାୟୁସେନା ନିଜର ବିମାନବାହିନୀରେ ସେଗୁଡ଼ିକୁ ସାମିଲ୍ କରିବାକୁ ଚାହୁଁଛି । ଫେବ୍ରୁଆରି ୨୦୧୯ରେ ବାଲାକୋଟ୍ ଆତଙ୍କବାଦୀ ଛାଉଣିରେ ବୋମାବର୍ଷଣ କରିଥିବା ଭାରତୀୟ ବାୟୁସେନାରେ ମିରାଜ୍-୨୦୦୦ ସହ ମଧ୍ୟ ମିରାଜ୍-୫ ସମକକ୍ଷ ନୁହେଁ । ପୂର୍ବରୁ ପାକିସ୍ତାନ ୯୨ ମିରାଜ୍-୫ ଏବଂ ୮୭ ମିରାଜ୍-୩ ଜେଟ୍ ସମେତ ଏଫ୍-୧୬ ଫାଇଟିଙ୍ଗ୍ ଫାଲକନ୍ ବ୍ୟବହାର କରି ସାରିଛି । ଏହାଛଡ଼ା ପାକିସ୍ତାନ ପାଖରେ ଚେଙ୍ଗଡୁ ଜେ-୭ ଏବଂ ଜେଏଫ୍-୧୭ ଥଣ୍ଡର୍ କମ୍ବାଟ୍ ଜେଟ୍ ରହିଛି । ମିରାଜ୍-୫ ଗ୍ରହଣ କରିବା ପୂର୍ବରୁ ସେଥିରେ ଉନ୍ନତ ରାଡାର୍ ଏବଂ ଇଲେକ୍ଟ୍ରାନିକ୍ ୱଡ଼ାର୍ଫେୟାର୍ ସୁଟସ୍ ଆଦି ଅପ୍ଗ୍ରେଡ୍ କରାଇବାକୁ ଚାହୁଁଛି । “ରେଟ୍ରୋଫିଟ୍ ଅଫ୍ ଷ୍ଟ୍ରାଇକ୍ ଏଲିମେଣ୍ଟ୍’ ବା “ପ୍ରାଜେକ୍ଟ ରୋଜ୍’ ଅଧୀନରେ ପାକିସ୍ତାନ ତା’ର ମିରାଜ୍-୩ ଓ ୫ ଅପଗ୍ରେଡ୍ କରାଉଛି । ପାକିସ୍ତାନ ଚାହୁଁଥିବା ମିରାଜ୍-୫ ଜେଟେରେ ହେଲମେଟ୍ ମାଉଣ୍ଟେଡ୍ ଡିସପ୍ଲେ ଏବଂ ମିସନ୍ ପଡ୍ ରହିବା ସହ ରାତିରେ ମଧ୍ୟ ଆକ୍ରମଣ କରିବାର ଦକ୍ଷତା ରହିଛି । ଗତ କିଛି ବର୍ଷ ହେବ ଏ ବିଷୟରେ କଥାବାର୍ତ୍ତା ଚାଲି ଆସୁଥିଲେ ମଧ୍ୟ ଭାରତ ସହ ସମ୍ପର୍କ ଉତ୍ତେଜକ ହେବା ପରେ ପାକିସ୍ତାନ ସେଗୁଡ଼ିକୁ ତୁରନ୍ତ ଚାହୁଁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ