ଇଞ୍ଚୋଳରେ ଆମ ଓଡିଶା, ସତ୍ୟସାଇ ଭଜନ ମଣ୍ଡଳୀ ଓ ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ରକ୍ତଦାନ ଶିବିର

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ଇଞ୍ଚୋଳ ହାଇସ୍କୁଲରେ ସମ୍ବାଦ ଆମ ଓଡିଶା, ସତ୍ୟସାଇ ଭଜନ ମଣ୍ଡଳୀ ଓ ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆମ ଓଡ଼ିଶାର ବ୍ଲକ ସଂଯୋଜକ କିଶୋର ଆଚାର୍ଯ୍ୟ, ସତ୍ୟସାଇ ଭଜନ ମଣ୍ଡଳୀର ଜିଲ୍ଲା ସଂଯୋଜକ ଆଦିକନ୍ଦ ସ୍ୱାଇଁ, ଭଜନ ମଣ୍ଡଳୀ ଆବାହକ ରମେଶ ଚନ୍ଦ୍ର ସା ଭଜନ ମଣ୍ଡଳୀର ଯୁବ ସଂଯୋଜକ ରାଜେନ୍ଦ୍ର କୁମାର ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରୁ ୩୦ ୟୁନିଟି ରକ୍ତ ସଂଗୃହୀତ ହୋଇଥିଲା । ହାଇସ୍କୁଲର ପ୍ରଧାନଶିକ୍ଷକ ବିଭୂତି ଭୂଷଣ ବେହେରା, ଶିକ୍ଷକ ଭାଗିରଥି ଖୁଣ୍ଟିଆ, ଶିକ୍ଷକ ଶ୍ରୀକାନ୍ତ ପଟ୍ଟନାୟକ, ସୁରେନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଆନନ୍ଦପୁର ରକ୍ତଭଣ୍ଡାର ପକ୍ଷରୁ ଡାକ୍ତର ଦିପକ କୁମାର ବାରିକ, ଏଲ.ଟି ଲୋପାମୁଦ୍ରା ମଲ୍ଲିକ, ନର୍ସ ସଶ୍ମିତା ଦେହୁରୀ, ଅଶୋକ କୁମାର ସୁର, ଶରତ କୁମାର ଓଝା , ଆଟେଣ୍ଡାଣ୍ଟ ପୁର୍ଣ୍ଣିଚନ୍ଦ୍ର ମାଝୀ, ରବିନ୍ଦ୍ର ଦାସ, ମାଗୁଣି ଚ଼ରଣ ସାହୁ ପ୍ରମୁଖ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ। ଏହି ଅବସରରେ ରକ୍ତଭଣ୍ଡାର ପକ୍ଷରୁ ସତ୍ୟସାଇ ଭଜନ ମଣ୍ଡଳୀକୁ ମାନପତ୍ର ସମ୍ବର୍ଦ୍ଧିତ କରଯାଇଥିଲା। ରଞ୍ଜିତ ଜେନା, ତପନ କୁମାର ରାଉତ, ସରୋଜିନୀ ଓଝା, ମିତାରାଣୀ ନାୟକ, ବି.ଏସ. ଖାରବେଳ ମହାପାତ୍ର, ଲକ୍ଷ୍ମୀପ୍ରିୟା ପୃଷ୍ଟି, ରାଜେନ୍ଦ୍ର କୁମାର ଜେନା, ପ୍ରାୟତମା ନାୟକ, ଲକ୍ଷ୍ମୀପ୍ରୀୟା ଜେନା, ରୋଜିନା ରାଉତ, ଜୀବନ କୁମାର ରାଉତ, ଶ୍ରୀକାନ୍ତ ପଟ୍ଟନାୟକ, ଅନ୍ତର୍ଯ୍ୟାମୀ ନାୟକ, ଉଷାରାଣୀ ସୁଆର, ସୁଶାନ୍ତ କୁମାର ନାୟକ, ଭଗବାନ ସେଠୀ, ସୋନାଲି ଜେନା, ଅଞ୍ଜନ କୁମାର ମଲ୍ଲିକ, ରିତେନ୍ଦ୍ର ସୁଆର, ବସନ୍ତ କୁମାର ନାୟକ, ବରୁଣ କୁମାର ଓଝା, ବାବୁ ଜେନା, ଅଜୟ କୁମାର ନାୟକ, ପାର୍ଥ ସାରଥୀ ନାୟକ, ଗଣେଶ ଚନ୍ଦ୍ର ମଲ୍ଲିକ, ଶ୍ରୀକାନ୍ତ ସୁଆର, ବିଶ୍ବରଂଜନ ମଲ୍ଲିକ, ପ୍ରଦୀପ ମହାପାତ୍ର, ପୁର୍ଣ୍ଣ ଚନ୍ଦ୍ର ରାଉତ, ଅକ୍ଷୟ କୁମାର ପଣ୍ଡା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ