ଇଞ୍ଚୋଳରେ ବିଜେପିର ମିଶ୍ରଣପର୍ବ

ହାଟଡ଼ିହି, (ବିକାଶ ବିଶ୍ୱାଳ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଇଞ୍ଚୋଳ ପଞ୍ଚାୟତରେ ଭାରତୀୟ ଜନତା ପାର୍ଟିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭିନ୍ନ ଭିନ୍ନ ଦଳର ଶତାଧିକ ଛାମୁଆନେତା ଓ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ବଞ୍ଚୋ ମଣ୍ଡଳ ସଭାପତି ଶଶିକାନ୍ତ ରାଉତଙ୍କ ସଂଯୋଜନାରେ ଇଞ୍ଚୋଳ ତାରିଣୀ ପଡିଆ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପି ନେତା ଆଲୋକ ସେଠୀଙ୍କ ଆହ୍ୱାନକ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଆସ୍ଥା ପ୍ରକଟକରି ଇଞ୍ଚୋଳ ପଞ୍ଚାୟତର ବିଭିନ୍ନ ଦଳର ରବିନ୍ଦ୍ର ଜେନା, ଶିଶିର ରାଉତ,ରତ୍ନାକର ମହାନ୍ତି, ଶରତ ଜେନା, ବିଶ୍ୱମ୍ବର ରାଉତ, ନିତ୍ୟାନନ୍ଦ ସ୍ୱାଇଁ, ଶ୍ରୀପତି ନାୟକ, ସନାତନ ଜେନା, ବାବାଜି ଚରଣ ଜେନା, ବାବୁଲି ପେରେଇ, ଗଦାଧର ଜେନା, ଶିବ ପ୍ରସାଦ ସେନାପତି, ତାପସ ପେରେଇ, ନିରଞ୍ଜନ ସା, ମାଧବ ଜେନା, ଅନିଲ ସ୍ୱାଇଁ, ମକରଧ୍ୱଜ ଜେନା, ନିରାକାର ଜେନା, କୈଳାଶ ମଲ୍ଲିକ, ଗୁଲୁ ନାୟକ, ଗଦାଧର ନାୟକ, ଶିଶିର ନାୟକ, ମଙ୍ଗୁଳି ଜେନାଙ୍କ ସମେତ ଶତାଧିକ ଛାମୁଆ ନେତା ଓ କର୍ମୀମାନେ ଆଜି ବିଜେପିରେ ସାମିଲ ହୋଇଥିଲେ । ଉପସ୍ଥିତ ବିଜେପି ନେତାମାନେ ସେମାନଙ୍କୁ ଦଳୀୟ ଟୋପି ପିନ୍ଧାଇ ଓ ଫୁଲତୋଡା ଦେଇ ଦଳକୁ ସ୍ୱାଗତ କରିଥିଲେ । ଏଥିରେ ବରିଷ୍ଠ ନେତା ମଧୁସୁଦନ ରାଉତ, ପ୍ରଶାନ୍ତ ମହାପାତ୍ର, କୈଳାଶ ସାମଲ, ବଳଭଦ୍ର ବାରିକ, ସୁଶାନ୍ତ ଜେନା, ଧନେଶ୍ୱର ରାଉତ, ହରେକୃଷ୍ଣ ସ୍ୱାଇଁ, ରାଜୀବ ନାୟକ, କୋଦଣ୍ଡ ଜେନା, ଉମାକାନ୍ତ ରାଉତ, ହେମନ୍ତ ପେରେଇ, ଗୋପାଳକୃଷ୍ଣ ସେନାପତି, ଯୁବମୋର୍ଚ୍ଚା ସଭାପତି ହିମାଦ୍ରୀ ବଳିୟାରସିଂ, ମାନସ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ