ଇଞ୍ଚୋଳରେ ରକ୍ତଦାନ ଶିବିର, ୩୩ୟୁନିଟ ରକ୍ତ ସଂଗୃହିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ସତ୍ୟସାଇ ଭଜନ ମଣ୍ଡଳୀ ଇଞ୍ଚୋଳ, ଇଞ୍ଚୋଳ ବିକାଶ ମଞ୍ଚ, ଏଚଡିଏଫସି ଏବଂ ଆମ ଓଡିଶା ର ମିଳିତ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଇଞ୍ଚୋଳ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆମ ଓଡିଶା ସଂଯୋଜକ କିଶୋର ଆଚାର୍ଯ୍ୟ, ସତ୍ୟସାଇ ଭଜନ ମଣ୍ଡଳୀର ଆଦିକନ୍ଦ ସ୍ୱାଇଁ ବିକାଶମଞ୍ଚର ଚନ୍ଦନ ପଣ୍ଡା ଓ ଏଚଡିଏଫସି ବ୍ୟାଙ୍କର ବିଶ୍ୱବିଜୟ ସୁଆରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରୁ ମୋଟ ୩୩ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଆନନ୍ଦପୁର ରକ୍ତଭଣ୍ଡାରର ଡାକ୍ତର ବେଞ୍ଜାମିନ ସିରକା, ଏଲଟି ସୁଦର୍ଶନ ବେହେରା, ମଙ୍ଗୁଳି ଚରଣ ସାହୁ, କୈଳାଶ ସୁବୁଦ୍ଧି, ଲୋପାମୁଦ୍ରା ମଲ୍ଲିକ, ଅଜିତ ମୁଖୀ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗୃହିତ କରିଥିଲେ । ମୁରଲୀଧର ବେହେରା, ସୁଦର୍ଶନ ପଣ୍ଡା, ବୃନ୍ଦାବନ ସ୍ୱାଇଁ, ସୁଦର୍ଶନ ଜେନା, ସୁଦାମ ଚରଣ ଜେନା, ଉମାକାନ୍ତ ପଣ୍ଡା, କିରଣ ପଣ୍ଡା, ଚିନ୍ମୟୀ ନାୟକ, ଅଞ୍ଜଳି ପଣ୍ଡା, ରାଜ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ଯୁବ ବିଜେଡି ନେତା ତଥା ସମାଜସେବୀ ଇଂ ବିଶ୍ୱନାଥ ପ୍ରତାପ ଜେନା ଆଜି ବିଜୁବାବୁଙ୍କ ଜୟନ୍ତୀ ହୋଇଥିବାରୁ ସେ ଓ ତାଙ୍କର କିଛି ସହଯୋଗୀ ରକ୍ତଦାନ ମଧ୍ୟ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ