ଇଞ୍ଚୋଳ ଗ୍ରାମରେ ମାଙ୍କଡ଼ କାମୁଡ଼ାରେ ଯୁବକ ଗୁରୁତର

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଳକ ନନ୍ଦିପଦା ଥାନା ଇଞ୍ଚୋଳ ଗାଁ ରେ ମାଙ୍କଡ ଆତଙ୍କ ଦେଖା ଦେଇଛି। ମାଙ୍କଡ ଆକ୍ରମରେ ଜଣେ ଯୁବକ ଗୁରୁତର ଆହତ ହୋଇ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନାରୁ ଜଣାଯାଇଛି କି ଗ୍ରାମର ଉଦ୍ଧବ ଜେନା ଆଜି ସକାଳେ ଘରୁ ଚାଲିଚାଲି ଆସୁଥିବା ସମୟରେ ହଠାତ୍ ପଛପଟୁ ଆସି ଏକ ହନୁ ମାଙ୍କଡ ତାଙ୍କ ଗୋଡକୁ କାମୁଡି ଦେଇ କ୍ଷତାକ୍ତ କରିଦେଇଥିଲା । ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନା ରେ ଭର୍ତି କରିଛନ୍ତି। ତେବେ କିଛିଦିନ ହେବ ସ୍ଥାନିୟ ଅଞ୍ଚଳରେ ମାଙ୍କଡଙ୍କ ଉପଦ୍ରବ ବୃଦ୍ଧି ଯୋଗୁଁ ଲୋକେ ଭୟଭିତ ହୋଇ ପଡିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ