ଇଞ୍ଚୋଳ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ

ହାଟଡିହି, (ବିକାଶ ବିଶ୍ୱାଳ):ଇଞ୍ଚୋଳ ଗ୍ରାମର ମାର୍ଥା ପୋଖରୀ ସନ୍ନିକଟରେ ଥିବା ଜଗନ୍ନାଥ ମନ୍ଦିର ପ୍ର୍ରତିଷ୍ଠାର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ଧରି ଅନୁଷ୍ଠିତ ଏହି ପ୍ରତିଷ୍ଠା ଉତ୍ସବରେ ଦୁଃକବନ୍ଧୁ ପଣ୍ଡା, ଦୁର୍ଗାବତୀ ପଣ୍ଡା, ନୃଷିହଂ ଚରଣ ପଣ୍ଡା, ବିଳାସିନୀ ପଣ୍ଡା, ସୁଦର୍ଶନ ପଣ୍ଡା ଓ ଉର୍ମିଳା ପଣ୍ଡା ପ୍ରମୁଖ କର୍ତ୍ତ ଭାବେ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ । ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ, କୈଳାଶ ଶୁକ୍ଳା, ବିପିନି ବିହାରୀ ତ୍ରିପାଠୀ, ଅରବିନ୍ଦ ପଣ୍ଡା ପ୍ରମୁଖଙ୍କ ବେଦମନ୍ତ୍ରରେ ପୂଜାର୍ଚ୍ଚନା କରିଥିଲେ । ଏଥିରେ ଅତିଥି ଭାବରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଯୁବନେତା ବିଶ୍ୱନାଥ ପ୍ରତାପ ଜେନା, ବିଜେପି ନେତା ଆଲୋକ ସେଠୀ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ପୁର୍ବତନତନ ସରପଞ୍ଚ ବିନୋଦ ମହାପାତ୍ର, ପାର୍ବତୀ ନାଇକ ପ୍ରମୁଖ ଯୋଗଦେଇଥିଲେ । ଏହି ଉତ୍ସବରେ ଇଞ୍ଚୋଳ ଗ୍ରାମ ସମେତ ଆଖପାଖ ଗ୍ରାମର ଶହଶହ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ରମେଶ ଚନ୍ଦ୍ର ପଣ୍ଡା, ସୁରେଶ ପଣ୍ଡା, ପଙ୍କଜ ପଣ୍ଡା, ଶିଶିର ସୁଆର, ଦେବଦର୍ଶୀ ପଣ୍ଡା, ଚନ୍ଦ୍ର ଶେଖର ପଣ୍ଡା, ଚନ୍ଦନ ପଣ୍ଡା, ଜ୍ୟୋତିର୍ମୟ ପଣ୍ଡା, କୃଷ୍ଣଚନ୍ଦ୍ର ନାୟକ, ଇନ୍ଦ୍ରମଣୀ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ