ଇଞ୍ଚୋଳ ପଞ୍ଚାୟତରେ ନୁତନ ଭତ୍ତା ବଣ୍ଟନ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଇଞ୍ଚୋଳ ପଞ୍ଚାୟତରେ ସାମାଜିକ ସୁରକ୍ଷା ଯୋଜନାରେ ନୂତନ ଭାବେ ସାମିଲ ହୋଇଥିବା ବୃଦ୍ଧବୃଦ୍ଧା, ବିଧବା, ଭିନ୍ନକ୍ଷମ, ଅସହାୟ ହିତାଧିକାରୀ ମାନଙ୍କୁ ନୁତନ ଭତ୍ତା ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ମୁଖ୍ୟ ଅତିଥି ଭାବେ ଯେରାଗଦେଇ ଥିବାବେଳେ ସରପଞ୍ଚ ସଶ୍ମିତା ମହାପାତ୍ର, ନାଏବ ସରପଞ୍ଚ ମନୋଜ କୁମାର ରାଉତ, ସମାଜସେବୀ ଅଭିମନୁ୍ୟ ସେଠୀ, ପୁର୍ବତନ ନାୟବ ସରପଞ୍ଚ ବିଜୟ ମହାପାତ୍ର ପ୍ରମୁଖ ଯୋଗଦେଇ ୪୨ଜଣ ନୁତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ ।ଏହି ଅବସରରେ କାର୍ଯ୍ୟଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପିଇଓ ଅମୁଲ୍ୟ କୁମାର ପହି, ଜିଆରଏସ ଶ୍ରୀମନ୍ତ କୁମାର ନାୟକ ଓ ସମସ୍ତ ୱାର୍ଡସଭ୍ୟସଭ୍ୟା ମାନେ ଉପସ୍ଥିତ ଥିଲେ ।


