ଇଞ୍ଚୋଳ ବିକାଶ ମଞ୍ଚ ତରଫରୁ “ସବୁଜ ସାଥି” ୭୩ ତମ ବନ ମହୋତ୍ସବ ସପ୍ତାହ ପାଳନ
ହାଟଡିହି, (ବିକାଶ ବିଶ୍ୱାଳ) :-ପରିବେଶ ,ଶିକ୍ଷା ଓ ସ୍ଵାସ୍ଥ୍ୟ ଉପରେ କାର୍ୟ୍ୟ କରୁଥିବା ଅଗ୍ରଣୀ ସାମାଜିକ ନ୍ୟାସ ଞ୍ଚଇଞ୍ଚୋଳ ବିକାଶ ମଞ୍ଚଞ୍ଚ ତରଫରୁ ଧାନଘର (ଇଞ୍ଚୋଳ) ଠାରେ ୭୩ ତମ ବନ ମହୋତ୍ସବ ସପ୍ତାହ ଅବସରରେ “ସବୁଜ ସାଥି” କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୃତ୍ତିକା ,ବୃକ୍ଷ ଓ ଗୋ ପୂଜନ ସହ ” ଜନ ଜମି, ଜଳ, ଜନ୍ତୁ , ଜଙ୍ଗଲ ସଭିଏଁ ରହିଲେ ଆମ ମଙ୍ଗଳ” ଏବଂ ‘ରହିଲେ ବନ ,ବଞ୍ଚିବେ ଜନ’ ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଭାବେ କେନ୍ଦୁଝର ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ , ୩୬ ନଂ ଜିଲ୍ଲା ପରିଷଦ ସଦସ୍ୟା କୌଶଲ୍ୟା ସେଠୀ , ହଦଗଡ ବନ୍ୟପ୍ରାଣୀ ବନ ଖଣ୍ଡର ବନାଞ୍ଚଳ ଅଧିକାରୀ ସୁମିତ ମହାନ୍ତି ,ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରିଣୀ ଆନନ୍ଦପୁର ଶିବାନୀ ମହାରଣା ,ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡା .ରଶ୍ମୀରଞ୍ଜନ ନାୟକ, ଗୋଷ୍ଠୀ କୃଷି ଅଧିକାରୀଙ୍କ ପ୍ରତିନିଧି ରଞ୍ଜିତ କୁମାର ସାମଲ , ବନପାଳ କେଦାର ପାତ୍ର , ଲକ୍ଷ୍ମୀଧର କିସ୍କୁ , ଅମରେନ୍ଦ୍ର ନାଥ, ଯୁବ ଯନ୍ତ୍ରୀ ବିଶ୍ଵନାଥ ପ୍ରତାପ ଜେନା , ଅବସରପ୍ରାପ୍ତ ଶିକ୍ଷକ ନୃସିଂହ ଚରଣ ପଣ୍ଡା , ଧନେଶ୍ୱର ରାଉତ ପ୍ରମୁଖ ଯୋଗଦାନ କରି ଚାରା ରୋପଣ ଓ ପରିବେଶ ସୁରକ୍ଷାଉପରେ ଗୁରୁତ୍ବାରୋପ କରିଥିଲେ । ଚନ୍ଦନ ପଣ୍ଡାଙ୍କ ଆବାହକତ୍ବ ରେ ଅନୁଷ୍ଠିତ ବନ ମହୋତ୍ସବ କାର୍ୟ୍ୟକ୍ରମ ରେ ଉମାକାନ୍ତ ପଣ୍ଡା ସଂଯୋଜନା କରିଥିଲେ । ଏହି ଅବସରରେ ଧାନଘର ଠାରେ ପଥପ୍ରାନ୍ତ ବନୀକରଣରେ ଲିମ୍ବ , ପେସ୍ତା ,ରାଧାଚୂଡା ,ମେହେଗାନି ଭଳି ବିଭିନ୍ନ ରକମର ୧୦୦ ରୁ ଊର୍ଦ୍ଧ୍ବ ଚାରା ଅତିଥିମାନଙ୍କ ସହ ମଞ୍ଚର ସଦସ୍ୟମାନେ ମିଳିତ ହୋଇ ରୋପଣ କରିଥିଲେ ।ଜୀବନ ରାଉତ , ରଞ୍ଜନ କୁମାର ପଣ୍ଡା ନାରାୟଣ ଜେନା , ଉମାକାନ୍ତ ରାଉତ, ଅକ୍ଷୟ କୁମାର ଜେନା , ରାଜୁ ରଣସିଂହ, ସୁମନ୍ତ କୁମାର ଜେନା , ଦାମୋଦର ମହାନ୍ତି , ରତ୍ନାକର ମହାନ୍ତି, ଅଭିନ୍ନ ଜେନା ପ୍ରମୁଖ ସହଯୋଗ କରି ଥିଲେ ।