ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ପ୍ଲାଷ୍ଟିକ ବର୍ଜନ ସଚେତନତା ଓ ଗ୍ରାମ ସଫେଇ
ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ଇଞ୍ଚୋଳ ଠାରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ବର୍ଜନ ସଚେତନ ସହ ଗ୍ରାମ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚନ୍ଦନ ପଣ୍ଡାଙ୍କ ଆବାହକତ୍ୱରେ ବିକାଶ ମଞ୍ଚର କର୍ମକର୍ତ୍ତା ଓ ଗ୍ରାମବାସୀଙ୍କ ସମ୍ମିଳିତ ଉଦ୍ୟମରେ ଗ୍ରାମ ସଫେଇ କରାଯିବା ସହିତ ‘ନିର୍ମଳ ଇଞ୍ଚୋଳ ଅଭିଯାନ’ର ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ ଗାନ୍ଧିଜୀଙ୍କ ପ୍ରତି ସମ୍ମାନ ଜଣାଇ ଏକକ ବ୍ୟବହୃତ ପ୍ଲାଷ୍ଟିକ, ପଲିଥିନି ଓ ଥର୍ମକୁଲକୁ ବର୍ଜନ କରିବାପାଇଁ ଜନସାଧାରଣଙ୍କୁ ନିବେଦନ କରାଯିବା ସହିତ ଏହାର ଅପକାରିତା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ହୃଦାନନ୍ଦ ମହାରଣା, ପବିତ୍ର ମୋହନ ଜେନା, ଶ୍ରୀକାନ୍ତ ରାଉତ, କିରଣ ପଣ୍ଡା, ନାରାୟଣ ଜେନା, ଗଉରା ଜେନା, ସୁଦର୍ଶନ ଜେନା, ଆରତ ଜେନା ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ପରିବେଶକୁ ସଦବୁଜ ସୁନ୍ଦର କରିବାସହ ଜୈବ ବିଘଟିତ ପଦାର୍ଥ ବ୍ୟବହାର କରିବାପାଇଁ ଇଞ୍ଚୋଳ ବିକାଶ ମଞ୍ଚର ଏହି ଅଭିଯାନକୁ ସାଧାରଣରେ ପ୍ରଂସଶା କରାଯାଇଛି ।


