ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ବୃକ୍ଷ ରୋପଣ

ହାଟଡ଼ିହି, (ଓ୍ବାଇଏନ୍ଏସ୍):ହାଟଡିହି ବ୍ଲକ ଶଳଣିଆଁ କେନାଲ ବନ୍ଧ ରାସ୍ତାରେ ଇଞ୍ଚୋଳ ବିକାଶ ମଞ୍ଚ ଓ ଏଚଡିଏଫସି ପକ୍ଷରୁ ବନୋମହୋତ୍ସବ ଉପଲକ୍ଷେ ‘ସବୁଜସାଥି’ କାର୍ଯ୍ୟକ୍ରମ ଜରିଆରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚନ୍ଦନ ପଣ୍ଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ ସବୁଜସାଥି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଉମାକାନ୍ତ ପଣ୍ଡା, ବିଶ୍ୱବିଜୟ ସୁଆର, ରାଜୀବ ନାୟକ, ଅଜୟ ନାୟକ, ଇନ୍ଦ୍ରମଣୀ ଜେନା, ଜ୍ୟୋତିର୍ମୟ ପଣ୍ଡା, ଜୀବନ ରାଉତ, ଆଦିକନ୍ଦ ସ୍ୱାଇଁ, ଚିରଞ୍ଜିବି ନାୟକ, ଶିଶିର ଜେନା, ଶ୍ରୀକାନ୍ତ ରାଉତ, ସାଇବ ପଣ୍ଡା, ସରୋଜ ସୁଆର, ଏଚଏଡିଏଫସି ବ୍ୟାଙ୍କ ତରଫରୁ ନିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ରହି କେନାଲ ବନ୍ଧର ଦୁଇପାଶ୍ୱର୍ରେ ଲିମ୍ବ, ମହାଲିମ୍ବ, କରଞ୍ଜ, ସୀମାରୁବା, ଅଶ୍ୱତ୍‌ଥ ଆଦି ଚାରା ରୋପଣ କରିଥିଲେ । ଏଥିରେ ଇଞ୍ଚୋଳ ବିକାଶ ମଞ୍ଚର ପ୍ରମୁଖ ପ୍ରଚାରକ ଜ୍ୟୋତିର୍ବିଦ ଅନାଦି ଚରଣ ମହାରଣା ପଥଚାରୀ ମାନଙ୍କୁ ବୃକ୍ଷରୋପଣର ମହନୀୟତା ବିଷୟରେ ଅବଗତ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ