ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ବନାନୀ ବନ୍ଧୁ କାର୍ଯ୍ୟକ୍ରମ

ହାଟଡ଼ିହି, (ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ମା ଦୁର୍ଗାଙ୍କ ମହାଷ୍ଟମୀ ଅବସରରେ ବନାନୀ ବନ୍ଧୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଇଞ୍ଚୋଳ ଶାଳଣିଆଁ ବାମପାଶ୍ୱର୍ କେନାଲ ବନ୍ଧର ଆମ୍ବଧାଡି ନିକଟରେ ବିଭିନ୍ନ ରକମର ଚାରା ଯଥା ଲିମ୍ବ, ଚାକୁଣ୍ଡା, ମହାଲିମ୍ବ, କରଞ୍ଜ, କାଞ୍ଚନ ଆଦି ଚାରା ରୋପଣ କରାଯାଇଥିଲା । ଏଠାରେ ସୁଚନାଯୋଗ୍ୟ ଯେ ପ୍ରତିବର୍ଷ ଦୁର୍ଗାଷ୍ଟମୀ ଦିନ ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ଚାରା ରୋପଣ, ସବୁଜ ଗ୍ରାମ ପରିକ୍ରମା ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ପରିବେଶ ସମ୍ବନ୍ଧୀୟ ବକ୍ତୃତା, ରଚନା, ଲିଖନ, ସାଧାରଣଜ୍ଞାନ ଆଦି କରାଯାଇ କୃତ୍ତି ପ୍ରତିଯୋଗୀ ମାନଙ୍କୁ ପୁରଷ୍କୃତ କରାଯାଇଥାଏ । ଚଳିତବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମକୁ ସଙ୍କୁଚିତ କରାଯାଇ କେବଳ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଚନ୍ଦନପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶ୍ୱବିଜୟ ସୁଆର, ସାଇବ ପଣ୍ଡା, ଉମାକାନ୍ତ ପଣ୍ଡା, ରାଜୀବ ନାୟକ, ଜ୍ୟୋତିର୍ମୟ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ