ଇଞ୍ଚୋଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ବର୍ଦ୍ଧନା
ହାଟଡିହି, (ବିକାଶ ବିଶ୍ୱାଳ):ଇଞ୍ଚୋଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ, ବିଶିଷ୍ଟ ଅତିଥି ଭାବେ ଯୁବନେତା ଅଭିମନ୍ୟୁ ସେଠୀ, ମୁଖ୍ୟବକ୍ତା ଭାବେ ଆସୋସିଏଟ ପ୍ରଫେସର ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ନାରାୟଣ ସେନାପତି, ସମ୍ମାନୀତ ଅତିଥି ଭାବେ ସରପଞ୍ଚ ଶଶ୍ମିତା ମହାପାତ୍ର, ସି.ଆର.ସି.ସି. ସୁଶାନ୍ତ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ନିମନ୍ତେ କରାଯାଉଥିବା ବିଭିନ୍ନ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହିତ ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଅନ୍ତର୍ନହିତ ପ୍ରତିଭାର ପରିପ୍ରକାଶ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଦୁଇଶହରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀମାନେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ବଳଙ୍କୁ ତାଙ୍କ ବାସଭବନରୁ ଏକ ଶୋଭାଯାତ୍ରା ମାଧ୍ୟମରେ ଗ୍ରାମ ପରିକ୍ରମା କରାଇ ମଞ୍ଚ ନିକଟକୁ ପାଛୋଟି ଆଣି ପୂଜ୍ୟପୂଜାର ମହାର୍ଘ୍ୟ ପ୍ରଦାନ କରିଥିଲେ । ଶ୍ରେଣୀକକ୍ଷରେ ଶିକ୍ଷାଦାନ କରୁଥିବା ଶିକ୍ଷକଟିଏ ହିଁ ଛାତ୍ରଛାତ୍ରୀଙ୍କ ପାଇଁ ବାସ୍ତବ ଇଶ୍ୱର ବୋଲି ବର୍ଣ୍ଣନା କରିବାକୁ ଯାଇ ମୁଖ୍ୟ ବକ୍ତା ଡ. ସେନାପତି କହିଥିଲେ ଯେ କେବଳ ଶିକ୍ଷକ ହିଁ ଏକ ସୁନ୍ଦର ସମାଜ ଓ ସୁନ୍ଦରାରାଷ୍ଟ୍ର ଗଠନରେ ସହାୟକ ହୋଇପାରେ ବୋଲି ମତବ୍ୟକ୍ତ କରିଥିଲେ । ଶ୍ରୀଯୁକ୍ତ ବଳଙ୍କ ପରି ସମୟାନୁବର୍ତ୍ତିତା, ସୃଜନଶୀଳ ପ୍ରଧାନ ଶିକ୍ଷକ, ସମାଜର ମାର୍ଗଦର୍ଶକ ହୋଇ ଯୁଗଯୁଗକୁ ରହିବେ ବୋଲି ମୁଖ୍ୟ ଅତିଥି ଶ୍ରଯୁକ୍ତ ଧନେଶ୍ୱର ଖଣ୍ଡେଇ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ବିଦ୍ୟାଳୟ, ଗ୍ରାମବାସୀ ଓ ସହକର୍ମୀ ମାନଙ୍କ ପକ୍ଷରୁ ମାନପତ୍ର, ଉତ୍ତରୀୟ, ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ବାର୍ଷିକ ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ବିଷ୍ଣୁ ପ୍ରସାଦ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷକ ସୁରେନ୍ଦ୍ର କୁମାର ନାୟକ ବାର୍ଷିକ ବିବରଣୀ ପାଠ କରିବା ସହିତ ଧନ୍ରବାଦ ଅର୍ପଣ କରିଥିଲେ । ଉଦ୍ଧବ ସା, ମୁକ୍ତିକାନ୍ତ ପଣ୍ଡା, ସୁବାସ ଚନ୍ଦ୍ର ବେହେରା, ରବିନ୍ଦ୍ର ମହାପାତ୍ର, ଉମାକାନ୍ତ ରାଉତ, ସୁବାସ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।