ଇଞ୍ଚୋଳ ସରପଞ୍ଚ, ସମିତିସଭ୍ୟ ଓ  ନାଏବସରପଞ୍ଚଙ୍କ ସମେତ ଶତାଧିକ ସମର୍ଥକ ବିଜେଡିରେ ସାମିଲ 

ହାଟଡ଼ିହି, (ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ଇଞ୍ଚୋଳ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ନାଏବ ସରପଞ୍ଚ, ଅନେକ ୱାର୍ଡସଭ୍ୟ ଓ ସେମାନଙ୍କ ଶତାଧିକ ସମର୍ଥକ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ପୁର୍ବତନ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ଓ ପଞ୍ଚାୟତ ବିଜେଡି ସଭାପତି ଅଭିମନ୍ୟୁ ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଯୋଗଦେଇ ସରକାରଙ୍କ ବିଭିନ୍ନ ଜନହୀତକର ଯୋଜନା ଗୁଡିକ କିପରି ସଫଳ ରୁପାୟନ ହୋଇପାରିବ ତାହା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ସୁଶାସନ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଇଞ୍ଚୋଳ ପଞ୍ଚାୟତର ସରପଞ୍ଚ ପାର୍ବତୀ ନାଇକ, ନାଏବ ସରପଞ୍ଚ ବିଜୟ କୁମାର ମହାପାତ୍ର, ସମିତିସଭ୍ୟ ଦୁର୍ଯୋଧନ ନାଇକ, ୱାର୍ଡସଭ୍ୟା ସୀତା ଜେନା, ରୀନାରାଣୀ ଜେନା, ସଭ୍ୟ ମୁରଲୀଧର ଜେନା, ଧନେଶ୍ୱର ସା, ରଙ୍ଗାଧର ମଲ୍ଲିକ, ଗୌର ପଣ୍ଡା, ସୁଦର୍ଶନ ନାୟକ, ଅନନ୍ତ ସାହୁ, ପ୍ରଫୁଲ ଜେନାଙ୍କ ସମେତ ସେମାନଙ୍କ ଶତାଧିକ ସମର୍ଥକ କଂଗ୍ରେସ ଛାଡି ବିଜୁ ଜନତାଦଳରେ ସାମିଲ ହୋଇଥିଲେ । ବିଧାୟକ ଶ୍ରୀ ସେଠୀ ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ରବିନ୍ଦ୍ର କୁମାର ସାହୁ, ଧବଳେଶ୍ୱର ପଟ୍ଟନାୟକ, ସୁଧାକର ଓଝା, ଗୌରାଙ୍ଗ ରଣା, ପ୍ରଦୀପ ଜେନା ପ୍ରମୁଖ ଉପସ୍ଥିତ ଥିବାବେଳେ ସୁବାସ ମହାପାତ୍ର, ଅନନ୍ତ ଗୋପାଳ ପଣ୍ଡା, କୃଷ୍ଣଚନ୍ଦ୍ର ସା, ଅକ୍ଷୟ ସ୍ୱାଇଁ, ସୋମନାଥ ପଣ୍ଡା, ନାରାୟଣ ଜେନା, ନିରାକାର ରାଉତ, ନବୀନ ସା, ମାତାଜି ଜେନା, ଝୁନୁଲତା ରାଉତଙ୍କ ସମେତ ତିନିଶହରୁ ଉର୍ଦ୍ଧ କର୍ମୀ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ