ଇଞ୍ଜିନିୟର୍ସ ଦିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):୧୯୬୮ ମସିହାରୁ ପ୍ରସିଦ୍ଧ ଇଞ୍ଜିନିୟର ଭାରତରତ୍ନ ସାର୍ ଏମ୍‌. ବିଶ୍ୱେଶ୍ୱରାୟାଙ୍କ ସ୍ମୃତି ଓ ଅବଦାନ ପ୍ରତି ସମ୍ମାନ ଜଣାଇ ତାଙ୍କ ଜନ୍ମ ଦିବସକୁ ଇଞ୍ଜିନିୟର୍ସ ଦିବସ ରୂପେ ପାଳନ କରାଯାଇ ଆସୁଅଛି । ଚଳିତବର୍ଷ ମଧ୍ୟ ତାଙ୍କ ଜନ୍ମ ଦିବସକୁ ସମ୍ମାନ ଜଣାଇ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଇଞ୍ଜିନିୟର୍ସ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼େଇ କହିଲେ ଯେ, ପ୍ରତ୍ୟେକ ଇଞ୍ଜିନିୟରମାନେ ଦେଶ ଓ ରାଜ୍ୟ ଗଠନ କରିବାର ଦାୟିତ୍ୱ ନେଇଛନ୍ତି । ବୈଷୟିକ ଶିକ୍ଷାର ଏଭଳି ଉନ୍ନତି ଘଟିଛି ଯେ, ଜଣେ ଇଞ୍ଜିନିୟର ଘରେ ରହି ଆମେରିକାରେ ରହୁଥିବା ତାଙ୍କର ବିରଷ୍ଠ ସହପାଠୀଙ୍କ ସହିତ ଚାର୍ଟିଂ କରିପାରୁଛନ୍ତି, କଥା ହୋଇପାରୁଛନ୍ତି । ତେଣୁ ବିନା ବୈଷୟିକ ଶିକ୍ଷାରେ କୌଣସି ଦେଶ ଅଗ୍ରଗତି କରିବା ଅସମ୍ଭବ ।ସେ ଆହୁରି କହିଥିଲେ ଯେ, ଓଡ଼ିଶା ମାଟିରେ ସମ୍ଭାବନାର ବାର୍ତ୍ତା ଆଣିବା ସହ ଯୁବ ଇଞ୍ଜିନିୟରମାନଙ୍କ ସ୍ୱପ୍ନକୁ ସାକାର କରିବାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀ ପଟ୍ଟନାୟକ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ଓଡ଼ିଶାରେ ଇଞ୍ଜିନିୟର ଛାତ୍ରଛାତ୍ରୀଙ୍କ ଚିନ୍ତା ଥିଲା ପାଠପଢି ଆମେ କଣ କରିବୁ? ହେଲେ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ପଦକ୍ଷେପ ଯୋଗୁଁ ଆଜି ଇଞ୍ଜିନିୟରମାନେ ଦେଶ ନିର୍ମାଣରେ ବିଶ୍ୱକର୍ମା ଭଳି କର୍ତ୍ତବ୍ୟ ନିର୍ବାହ କରିଚାଲିଛନ୍ତି । ଏହା ସହିତ ପରିବଶେ ଓ ବାତାବରଣକୁ ସୁସ୍ଥ ସମୃଦ୍ଧ ରଖିବା ସହିତ ସୌରଶକ୍ତି କ୍ଷେତ୍ରରେ ମଧ୍ୟ ଇଞ୍ଜିନିୟରମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସମ୍ମାନିତ ଅତିଥି ଭାବେ ବିପିୟୁଟିର କୁଳପତି ଡଃ ଚିତ୍ତରଞ୍ଜନ ତ୍ରିପାଠୀ, ବୁର୍ଲା ଭିଏସ୍‌ଏସ୍‌ୟୁଟିର ବରିଷ୍ଠ ପ୍ରଫେସର ଡଃ ବଂଶୀଧର ମାଝୀ, ଓୟୁଟିଏଆରସିର ବରିଷ୍ଠ ପ୍ରଫେସର ଡଃ ପି.କେ. ପାତ୍ର, ଗ୍ରୁଜିପ୍ ଇଣ୍ଡିଆର ଯୁବ ଉଦ୍ୟୋଗପତି ଆନନ୍ଦ କୁମାର ମିଶ୍ର, ଯୁବ ଉଦ୍ୟୋଗପତି ସ୍ୱାତିକ ସ୍ୱାଇଁ, ଥିଙ୍କ୍‌ଜୋନର ବିନାୟକ ଆଚାର୍ଯ୍ୟ, ଷ୍ଟାର୍ଟଅପ୍ ଓଡ଼ିଶାର ସଂଯୁକ୍ତା ବଢେଇ, ଜେଏସ୍‌ଡବ୍ଲର ପ୍ରକଳ୍ପ ମୁଖ୍ୟ ଅଶେଷ ପାଢୀ, ଯୁବ ଇଞ୍ଜିନିୟର ଇଂ ପାର୍ଥସାରଥୀ ମୁଦୁଲି, ଇଂ ଶକ୍ତି ପ୍ରସାଦ ରଥ, ଇଂ ସଂସଦ କୁମାର ନାୟକ ପ୍ରମୁଖ ଯୋଗଦେଇ ନୂତନ ଜ୍ଞାନକୌଶଳ ସାହାଯ୍ୟରେ ନୂତନ ନିର୍ମାଣ କରି ପରିବର୍ତ୍ତନ ଓ ନେତୃତ୍ୱର ସେତୁ ତିଆରି କରିବା ହିଁ ପ୍ରତ୍ୟେକ ଇଞ୍ଜିନିୟରମାନଙ୍କର ମୂଳ ଲକ୍ଷ୍ୟ ବୋଲି କହିଥିଲେ । ତେଣୁ ସ୍ରଷ୍ଟାର ମହାନ ଦିବସ, ସୃଷ୍ଟିର ସୁରକ୍ଷା ଓ ପ୍ରଗତି ପାଇଁ ସର୍ବଦା ସମର୍ପିତ ଯନ୍ତ୍ରୀ ମାନଙ୍କର ଏହି ସ୍ମରଣୀୟ ଦିନରେ ଆମେ ସମସ୍ତେ ବ୍ରତୀ ହେବା ଆମ ଶ୍ରମ ଓ ଭାବନା ଏକ ନୂତନ ଦିଶାଯୁକ୍ତ ସ୍ୱଚ୍ଛ ପୃଥିବୀ ପାଇଁ ସମର୍ପିତ ହେଉ । ସୃଷ୍ଟିର ସୁରକ୍ଷା ଓ ଜୀବ ଉପଯୋଗୀ ପରିବେଶ ପାଇଁ ଇଞ୍ଜିନିୟରମାନଙ୍କ ଚିନ୍ତନ ସର୍ବଦା ରହିଥାଉ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ