ଇଟାଲି ରେଷ୍ଟୁରାଣ୍ଟରେ ପାସ୍ତା ଷ୍ଟ୍ର’ ବ୍ୟବହାର
ପୃଥିବୀକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ଅଭିଯାନ ଏବେ ଜୋର୍ ଧରିଛି । ତେଣୁ ବିଭିନ୍ନ ପ୍ଲାଷ୍ଟିକ୍ ଜିନିଷର ବିକଳ୍ପ ତିଆରି କରାଗଲାଣି । ନିକଟରେ ଇଟାଲିର କିଛି ରେଷ୍ଟୁରାଣ୍ଟରେ ବି ଏମିତି କିଛି ପଦକ୍ଷେପ ନିଆଯାଇଛି, ଯାହା ବେଶ୍ ପ୍ରେରଣାଦାୟକ । ଏଠାରେ କୌଣସି ଡ୍ରିଙ୍କ ପିଇବା ପାଇଁ ପ୍ଲାଷ୍ଟିକ୍ର ଷ୍ଟ୍ର’ ବ୍ୟବହାର କରାଯାଇ ନ ଥାଏ । ବରଂ ବ୍ୟବହାର କରାଯାଏ ପାସ୍ତାର ଷ୍ଟ୍ର’ । ଏହି ଷ୍ଟ୍ର ତିଆରି କରିବା ପାଇଁ ଏକ କମ୍ପାନୀ ବି ସେଠାରେ ଗଢ଼ିଉଠିଛି, ଯାହାର ନାଁ “ଷ୍ଟ୍ରୁଡଲସ୍’ । ଏହି ଷ୍ଟ୍ର ଡ୍ରିଙ୍କରେ ଏକ ଘଣ୍ଟା ପର୍ଯ୍ୟନ୍ତ ରହିପାରେ । ଏହା ସ୍ୱାଦହୀନ ଏବଂ ଖରାପ ହୋଇଗଲେ କମ୍ପୋଷ୍ଟ୍ ଭାବେ ବ୍ୟବହାର କରାଯାଇପାରେ । କମ୍ପାନୀର ମାଲିକ ମାକ୍ସିମ୍ ଗେଲମାନ୍ କହନ୍ତି, “ଏହି ଛୋଟିଆ ପ୍ରୟାସ ହେଉଛି ଆମର ପ୍ଲାଷ୍ଟିକ ବିରୋଧରେ ପ୍ରଥମ ଲଢ଼େଇ । ଆଗକୁ ଆହୁରି ଅନେକ ପଦକ୍ଷେପ ନେବା ବାକି ରହିଛି ।’


