ଇଟାଲୀକୁ ଟପିଲା ଭାରତ, ବିଶ୍ୱରେ ୬ଷ୍ଠ ସ୍ଥାନ

ନୂଆଦିଲ୍ଲୀ : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ବୃଦ୍ଧି ପାଇବାରେ ଲାଗିଛି । କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ଇଟାଲୀକୁ ପଛରେ ପକାଇ ଦେଇଛି ଭାରତ । କରୋନା ପ୍ରଭାବିତ ଦେଶ ତାଲିକାରେ ଭାରତ ଏବେ ଉପର ଆଡୁ ୬ଷ୍ଠ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ, ଋଷିଆ, ସ୍ପେନ ଓ ବ୍ରିଟେନ ପରେ ଭାରତ ଅଛି । ଆମେରିକା ୧୮,୩୭,୮୦୩, ବ୍ରାଜିଲ ୫,୮୪,୦୧୬, ଋଷିଆ ୪,୪୯,୮୩୪, ସ୍ପେନ ୨,୪୦,୬୬୦, ବ୍ରିଟେନ ୨,୮୧,୬୬୫, ଭାରତ ୨,୩୬,୬୫୭, ଇଟାଲୀ ୨,୩୪,୦୧୩ । ସୂଚନାଯୋଗ୍ୟଯେ, ଭାରତରେ ମହାରାଷ୍ଟ୍ର ସର୍ବାଗ୍ରେ ରହିଛି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୮୦୨୨୯ରେ ପହଁଚିଛି । ସେହିପରି ତାମିଲନାଡୁରେ ୨୮୬୯୪, ଦିଲ୍ଲୀରେ ୨୬୩୭୪, ଗୁଜୁରାଟରେ ୧୯୦୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ମଧ୍ୟପ୍ରଦେଶରେ ୮୯୯୬, ରାଜସ୍ଥାନରେ ୧୦୦୮୪, ଆନ୍ଧ୍ରପ୍ରଦେଶରେ ୪୩୦୩, ହରିୟାଣାରେ ୩୫୯୭, ତେଲେଙ୍ଗାନାରେ ୩୨୯୦, ଓଡ଼ିଶାରେ ୨୭୮୧, କର୍ଣ୍ଣାଟକରେ ୪୮୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ