ଇଟାଲୀ ପରେ ଚାଇନାକୁ ଟପିଲା ସ୍ପେନ୍, ବିଶ୍ବରେ କରୋନା ମୃତକଙ୍କ ସଂଖ୍ୟା ୨୧,୦୦୦ ଟପିଲା
ନୂଆଦିଲ୍ଲୀ : ଦୁନିଆରେ କରୋନା ବେଶ୍ ଭୟଙ୍କର ଆତଙ୍କର ଖେଳାଇଛି । ଏହି ମହାମାରୀରେ ମୋଟ୍ ୪,୭୧,୪୧୭ ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁବରଣ କରିଛନ୍ତି ୨୧,୨୯୫ ଜଣ । ସେହିପରି ଏହି ରୋଗରୁ ସୁସ୍ଥ ହୋଇଛନ୍ତି ୧,୧୪,୬୪୨ ଜଣ । ସେହିପରି ୧୯୮ଟି ଦେଶରେ ଏହି ରୋଗ ନିଜର କାୟା ବିସ୍ତାର କରିସାରିଛି। ଚୀନ୍ରୁ ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ମାରାତ୍ମକ ଭାଇରସ୍ ଇରାନ୍ ପରେ ଏବେ ସ୍ପେନ୍ରେ ମୃତ୍ୟୁର ତାଣ୍ଡବ ଖେଳାଉଛି । ଇଟାଲୀରେ ୨୪ ଘଣ୍ଟା ମଧ୍ୟରେ ୬୮୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ପେନରେ ସର୍ବମୋଟ ୩,୬୪୭ ଜଣଙ୍କର ମୃତ୍ୟୁ ହୋଇଛି । ବୁହାନ ପରେ ଇଟାଲୀ ଓ ସ୍ପେନ ଏବେ କରୋନାର ନୂତନ କେନ୍ଦ୍ର ପାଲଟିଛି। ଇଟାଲୀରେ ସର୍ବମୋଟ ମୃତକଙ୍କ ସଂଖ୍ୟା ସାତ ହଜାର ପାର କରିସାରିଛି । ସେହିପରି ଆମେରିକାରେ ମଧ୍ୟ ମୃତକଙ୍କ ସଂଖ୍ୟା ୧୦୦୦ ପାର୍ କରି ସାରିଛି।


