ଇଟା ବୋଝେଇ ଟ୍ରାକ୍ଟର ଓଲଟି ୫ ଶ୍ରମିକ ଗୁରୁତର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଅଡ଼ବା ଥାନା ପାଣିଗଣ୍ଡା ନିକଟରେ ଏକ ଇଟା ବୋଝେଇ ଟ୍ରାକ୍ଟର ଓଲଟିଯିବା ଫଳରେ ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି. ଆହତମାନେ ହେଲେ ତୋରାଣିପାଣି ଗାଁର ରାଜେନ୍ଦ୍ର ଶବର (୧୮), ପାର୍ଟିଙ୍ଗା ଶବର (୧୮), ନିମିୟ ବଡ଼ରଇତ (୧୯), ସନ୍ତୋଷ ଶବର (୧୬) ଓ ଜିଉରା ଦଳବେହେରା(୧୯| ସମସ୍ତ ଆହତଙ୍କୁ ତୁରନ୍ତ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ସଂକଟାପନ୍ନ ଅବସ୍ଥାରେ ଥିବା ରାଜେନ୍ଦ୍ରଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି. ଏକ ଟ୍ରାକ୍ଟର ପାଣିଗଣ୍ଡାରୁ ଇଟା ବୋଝେଇ କରି ତୋରାଣିପାଣି ଗାଁକୁ ଯାଉଥିଲା l ପାଣିଗଣ୍ଡା ନିକଟରେ ଭାରସାମ୍ୟ ହରାଇବା ଫଳରେ ଟ୍ରାକ୍ଟରର ଡାଲା ରାସ୍ତା କଡ଼କୁ ଓଲଟି ପଡିଥିଲା l ଫଳରେ, ଟ୍ରାକ୍ଟର ଡାଲାରେ ଇଟା ଉପରେ ବସିଥିବା ୫ ଜଣ ଶ୍ରମିକ ତଳେ ପଡ଼ି ଯାଇଥିଲେ ଏବଂ ଇଟା ତଳେ ଚାପି ହୋଇ ରହିଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଆମ୍ବଲାନ୍ସ ଯୋଗେ ମୋହନା ମେଡ଼ିକାଲକୁ ପଠାଇଥିଲେ | ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ଜବତ କରିବା ସହ ତଦନ୍ତ ଜାରି ରହିଥିବା ଥାନାଧିକାରୀ ଶୁଭ୍ରାନ୍ତ ପଣ୍ଡା ପ୍ରକାଶ କରିଛନ୍ତି ।