ଇଟା ଭାଟି ଉପରେ ଚଢାଉ

ଚିକିଟି ,(ଯୁଗାବ୍ଦ ନ୍ୟୁଜ୍) : ଗଂଜାମ ଜିଲ୍ଲା ଚିକିଟି ତହସିଲ ଅନ୍ତର୍ଗତ ଇଟା ଭାଟି ଉପରେ ସ୍ଥାନୀୟ ତହସିଲଦାର ଅଚାନକ ସଦଳବଳେ ଚଢାଉ କରିଛନ୍ତି । ରାଜ୍ୟରେ ଚାଲିଥିବା ଇଟାଭାଟି ଗୁଡିକୁ ରାଜ୍ୟ ସରକାର ବନ୍ଦ କରିବା ପାଇଁ ଅଣ୍ଟା ଭିଡିଥିବା ବେଳେ ଆଜି ଅଚାନକ ତହସିଲଦାରଙ୍କ ଇଟାଭାଟି ଉପରେ ଚଢାଉକୁ ସ୍ଥାନୀୟ ଲୋକେ ପ୍ରଂଶସା କରିଛନ୍ତିି । ବିନା କାଗଜ ପତ୍ରରେ ସରକାରଙ୍କୁ ରାଜସ୍ୱ ପ୍ରଦାନ ନକରି ଇଟାଭାଟି ମାଲିକ ମାନେ ମାଲାମାଲ ହେଉଥିବାର ନଜିର ରହିଛି । ଚିକିଟି ଅଂଚଳରେ ପୋଡା ଇଟାଭାଟି ଦ୍ରୁତ ଗତିରେ ବଢିଚାଲିଥିବାବେଳେ ଚିକିଟି ଅଂଚଳରେ ବାୟୁ ମଣ୍ଡଳ ପ୍ରଦୂଷଣ ହେବାରେ ଲାଗିଛି । ଏହା ସହ ଇଟା ଭାଟିର ଚିମଲି ରୁ ନିର୍ଗତ ହେଉଥିବା ଧୂଆ ଁ ଜନବସତି ଦିଗକୁ ଗତି କରିଥିବାରୁ ଲୋକମାନଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଛି । ତହସିଲଦାର ସଦଳବଳେ ନୂଆ ଗାଁ , ବଡବରଙ୍ଗା ,କୋଟଲିଙ୍ଗୀ ଆଦି ସ୍ଥାନରେ ତହସିଲଦାର ଚଢାଉ କରିଥିଲେ ।ଚଢାଉ ସମୟରେ ତହସିଲଦାର ହରପ୍ରସାଦ ଭୋଇ ,ଅତିରିକ୍ତ ତହସିଲଦାର ଶକ୍ତି ପ୍ରସାଦ ଶ୍ରୀ ଚନ୍ଦନ , ନାଉଗାଁ ପୋଲିସ ଉପସ୍ଥିତିରେ ଇଟାଭାଟି ଉପରେ ଚଢାଉ କରି ତଦନ୍ତ ଜାରି ରଖିô୍୍ଥିଲେ । ଇଟା ଭାଟିର କାଗଜ ପତ୍ର ଓ ବାର୍ଷିକ କେତେ ଇଟାଯାଉଥିଲା ତାହାକୁ ନେଇ ତଦନ୍ତ ଚାଲିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ