ଇଣ୍ଟରନ୍ୟାସ୍ନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଜାତୀୟ ସ୍ତରୀୟ ଇଣ୍ଟର କଲେଜ୍ ପ୍ରତିଯୋଗୀତା
ଭୁବନେଶ୍ୱର : ଇଣ୍ଟରନ୍ୟାସ୍ନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ୍ (ଆଇଏମ୍ଆଇ) ଭୁବନେଶ୍ୱର ପକ୍ଷରୁ ନବମ ଜାତୀୟ ସ୍ତରୀୟ ଇଣ୍ଟର କଲେଜ୍ ପ୍ରତିଯୋଗୀତା “ସ୍ପାର୍କ୍ସ ଏକ୍ସ୯-୨୦୧୯” ଆୟୋଜିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ଆଇଏମ୍ଆଇ କ୍ୟାମ୍ପସ ଠାରେ ଏହି ପ୍ରତିଯୋଗୀତା ଆୟୋଜିତ ହୋଇଛି । ଏହି ପ୍ରତିଯୋଗୀତାରେ ବିଜନେସ୍ ଇଭେଣ୍ଟ ସମ୍ବନ୍ଧୀୟ ଅନେକ ବିଷୟ ବସ୍ତୁ ଯଥା ଅଡ୍ ମ୍ୟାଡ୍, ଇନଫୋଗ୍ରାଫିକ୍ସ,ଇନଭେନ୍ଣ୍ଟୋ,ରେଡ୍ ବହି ଖାତା,ଡ୍ରାମାର୍କେଟିଙ୍ଗ୍, ଇଣ୍ଟେଲିଜେଣ୍ଟ ଇନଭେଷ୍ଟର୍ସ ୩.୦ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିରେ ସାରା ଭାରତର ବିଭିନ୍ନ ବି-ସ୍କୁଲ୍ ଗୁଡିକରୁ ୩୦୦ ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଏଫ୍ଏମ୍ଏସ୍ ଦେଲ୍ଲୀ,ଆଇଆଇଟି,ରୁର୍କି,ଏକ୍ସଏଲ୍ଆରଆଇ ଜମସେଦ୍ପୁର୍,ଆଇଆଇଏମ୍ ବାଙ୍ଗାଲୋର, ଆଇଏମ୍ଆଇ ଦିଲ୍ଲୀ ଓ ଭୂବନେଶ୍ୱର, ଜାଭିୟର୍ ଇନଷ୍ଟିଟ୍ୟୁଟ୍ ଅଫ୍ ଭୂବନେଶ୍ୱର, ବିମ୍ଟେକ୍,କିଟ୍ ସ୍କୁଲ୍ ଅଫ୍ ମ୍ୟାନେଜ୍ମେଣ୍ଟ ଭଳି ଅନେକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟମାନ ଏଥିରେ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗୀତାରେ ସଫଳ ପ୍ରତିଯୋଗୀମାନଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି ।