ଇଣ୍ଡିଆନ୍ ଆଇଡଲରୁ ବିଦା ହେବେ ଅନୁ !

“ମିଟୁ’ ଅଭିଯାନ ବେଳେ ଯେଉଁ ସେଲିବ୍ରେଟିମାନେ ଏଥିରେ ଫସିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକ । ଏଥିପାଇଁ ତାଙ୍କୁ ସେତେବେଳେ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ'”ଇଣ୍ଡିଆ ଆଇଡଲ୍‌’ରୁ ବାହାରିବାକୁ ପଡ଼ିଥିଲା । ୟା ଭିତରେ “ଇଣ୍ଡିଆନ୍ ଆଇଡଲ୍‌’ର ନୂଆ ସିଜିନ୍ ଆରମ୍ଭ ହୋଇସାରିଛି । ଆଉ ଅନୁ ମଲିକ ପୁଣି ଥରେ ଏହି ସିଜିନରେ ଜଜ୍ ସିଟ୍‌ରେ ଅଛନ୍ତି । ହେଲେ “ମି ଟୁ’ ବିବାଦ ତାଙ୍କ ପିଛା ଛାଡ଼ୁନି । ସେ ଏହି ଶୋ’ର ନୂଆ ସିଜିନକୁ ଜଜ୍ ଭାବେ କମବ୍ୟାକ୍ କରିବା ପରଠାରୁ ତାଙ୍କୁ ନେଇ ବିବାଦ ଦେଖାଯାଇଛି । ବିଶେଷ କରି ଗାୟିକା ସାନା ମହାପାତ୍ର ତାଙ୍କ ବିରୋଧରେ ଅଭିଯାନ ଚଲାଇଛନ୍ତି । ସ୍ଥିତି ଏମିତି ହାଇଛି ଯେ ଅନୁ ମଲିକ ଶୋ’ରୁ ବିଦା ହୋଇପାରନ୍ତି ବୋଲି କୁହାଯାଉଛି । ଆଉ କେତୋଟି ସପ୍ତାହ ପରେ ତାଙ୍କୁ ଶୋ’ରୁ ହଟାଇ ଦିଆଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । କିଛି ଦିନ ତଳେ ସୋନା ଏକ ଟ୍ୱିଟ୍ କରି ଅନୁଙ୍କୁ “ଯୌନ ପିପାସୁ’ ବାଲି କହିଥିଲେ । ତା’ସହିତ ଆଉ ଏକ ନିର୍ଭୟା ଘଟଣା ପରେ ଭାରତ ଜାଗି ଉଠିବ କି ବୋଲି ପ୍ରଶ୍ନ କରିଥିଲେ । ଅନୁଙ୍କ ପାଇଁ ସେ ବ୍ୟବହାର କରିଥିବା “ଯୌନ ପିପାସୁ’ ଶବ୍ଦକୁ ସମର୍ଥନ କରି ଅନ୍ୟତମ ଗାୟିକା ନେହା ଭାସିନ ଏକ ଟ୍ୱିଟ୍ କରିଥିଲେ । ସେ ଲେଖିଥିଲେ, “ଥରେ ମୁଁ ଅନୁଙ୍କୁ ଦେଖି ଦୌଡ଼ି ପଳାଇଥିଲି । କାରଣ ସେ ଭାରି ଅଜବ ଆଚରଣ କରିଥିଲେ । ସେତେବେଳେ ମାତେ ୨୧ ବର୍ଷ ହୋଇଥିଲା । ଏକ ଷ୍ଟୁଡିଓରେ ଅନୁ ମୋ ସମ୍ମୁଖରେ ଏକ ସୋଫାରେ ଶୋଇଥିଲେ ଓ ମୋ ଆଖିକୁ ନେଇ କିଛି କହୁଥିଲେ । ତାଙ୍କ ଆଚରଣ ମୋତେ ଅଜବ ଲାଗିଲା । ମୁଁ ନିଜକୁ କୌଣସି ଅପ୍ରୀତିକର ପରିସ୍ଥିତିରେ ପକାଇବାକୁ ଚାହୁଁ ନଥିଲି । ତେଣୁ ସେଠାରୁ ଦୌଡ଼ି ପଳାଇ ଆସିଥିଲି । ଅନୁ ତାଙ୍କଠାରୁ ବୟସରେ ବଡ଼ । ସେ ଏମିତି ବ୍ୟବହାର କରିବା ଠିକ୍ ନଥିଲା । ଏହା ତାଙ୍କର ବିକୃତ ମାନସିକତାକୁ ପ୍ରତିପାଦିତ କରୁଛି ।ସୂଚନାଯାଗ୍ୟ, ଯୌନ ଉତ୍ପୀଡ଼ନ ଅଭିଯାଗରେ ୧୯୯୬ରେ ଅନୁଙ୍କୁ କୋର୍ଟକୁ ଟାଣିଥିଲେ ଗାୟିକା ଅଲିଶା ଚିନାଇ । ଅବଶ୍ୟ କିଛି ବର୍ଷ ପରେ ଏ ମାମଲାର ଆପୋଷ ସମାଧାନ ହାଇଯାଇଥିଲା । ସେହିପରି “ମି ଟୁ’ ଅଭିଯାନ ବେଳେ ସାନାଙ୍କ ସହିତ ଶ୍ୱେତା ପଣ୍ଡିତ୍ ସମେତ ଆଉ କିଛି ମହିଳା ତାଙ୍କ ବିରୋଧରେ ଅସଦାଚରଣ ଅଭିଯାଗ ଆଣିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ