ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟିର ପ୍ରାର୍ଥୀ ଚୟନ

ଭୁବନେଶ୍ୱର : ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏଥିରେ ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଓ ପ୍ରାର୍ଥିନୀ ଚୟନ କରିବା ପାଇଁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟିର କଟକ ସିଡ଼ିଏ, ସେକ୍ଟର-୮, ହାଉସିଂବୋର୍ଡ଼ କଲୋନୀ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ପ୍ରକୋଷ୍ଠ ଖୋଲାଯାଇଛି ଏବଂ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ବୋଲି ସଭାପତି ରମେଶ ରାଉତ ପ୍ରେସ୍ ବିଜ୍ଞପ୍ତିରେ ଘୋଷଣା କରିଛନ୍ତି । ପର୍ଯ୍ୟବେକ୍ଷକମାନେ ହେଲେ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଓ କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢାଖୋଲ, ଦେବଗଡ଼, ଛେଣ୍ଡିପଦା, ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଷଷ୍ଠ କୁମାର ପୁରୋହିତ, କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀ, ତେଲକୋଇ, ଘଷିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ ଓ କରଞ୍ଜିଆ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଶ୍ୱଜିତ୍ ରାଉତ, ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡ଼ା, ତାଳଚେର ଓ ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବରେନ୍ ମାଝୀ, କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ବଡ଼ମ୍ବା, ବାଙ୍କୀ, ଆଠଗଡ଼, ବାରବାଟୀ-କଟକ, ଚୌଦ୍ୱାର-କଟକ, କଟକ ସଦର ଓ ଖଣ୍ଡପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଡ଼ଭୋକେଟ ତ୍ରିଲୋଚନ ରାଉତ, ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ପୁରୀ ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ରଣପୁର ଓ ନୟାଗଡ଼ ଜିଲ୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଧନୁର୍ଜୟ ହନ୍ତାଳ, ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଜୟଦେବ, କେନ୍ଦ୍ର-ଭୁବନେଶ୍ୱର, ଉତ୍ତର-ଭୁବନେଶ୍ୱର, ଏକାମ୍ର-ଭୁବନେଶ୍ୱର, ଜଟଣୀ, ବେଗୁନିଆ ଏବଂ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସମ୍ବାଦିକ ସନାତନ ଗ୍ରହା•ର୍ଯ୍ୟ, ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ତୃତୀୟ ପର୍ଯ୍ୟାୟ ନିର୍ବାଚନ ମଣ୍ଡଳୀରେ ମଧ୍ୟ ୩ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ୨୧ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମହିଳା ପ୍ରାର୍ଥିନୀ ଦେବାକୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ଲକ୍ଷ୍ୟ ରଖିଛି । ଉପରୋକ୍ତ ସମସ୍ତ ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥି ବା ପ୍ରାର୍ଥିନୀ ହେବାକୁ ଆଶାୟୀ ବ୍ୟକ୍ତିମାନେ ସେମାନଙ୍କର ଭୋଟ ପରିଚୟ ପତ୍ରର ଜେରକ୍ସ, ମାଲିମୋକଦ୍ଦମାର ବିବରଣୀ ଏବଂ ଆୟ ସମ୍ବନ୍ଧୀୟ ତଥ୍ୟ ସହିତ ନିଜର ଶିକ୍ଷାଗତ ଯୋଗ୍ୟତା ଏବଂ ଅଞ୍ଚଳ ବା ରାଜ୍ୟର ପ୍ରଗତିରେ ନିଜର କାର୍ଯ୍ୟକ୍ରମ ବିବରଣୀ ସହିତ ନିଜର ଦରଖାସ୍ତ ପର୍ଯ୍ୟବେକ୍ଷକଙ୍କୁ କିମ୍ବା ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟିର କଟକ କାର୍ଯ୍ୟାଳୟରେ ଦାଖଲ କରିବା ପାଇଁ ଅନୁରୋଧ କରାଯାଇଛି । ଭାରତର ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଅନୁଯାୟୀ ଉପରୋକ୍ତ ସମସ୍ତ ଲୋକିସଭା ଏବଂ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରକାଶନ ମାର୍ଚ୍ଚ ୨୮ ତାରିଖ ପ୍ରାର୍ଥୀ ପତ୍ର ଦାଖଲର ଶେଷ ତାରିଖ ଏପ୍ରିଲ୍ ୪ ତାରିଖ ପ୍ରାର୍ଥୀ ପତ୍ର ଯାଞ୍ଚ, ଏପ୍ରିଲ୍ ୫ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ ଏପ୍ରିଲ୍ ୮ ତାରିଖ, ଭୋଟ ଗ୍ରହଣ ଏପ୍ରିଲ୍ ୨୩ ତାରିଖ ଏବଂ ଭୋଟ ଗଣତି ମଇ ମାସ ୨୩ ତାରିଖ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ