ଇଣ୍ଡିଆନ ଅଏଲ କମ୍ପାନୀର ଗାତଖୋଳୁଥିବା ବେଳେ ମାଟିଅତଡା ଖସି ଶ୍ରମିକ ମୃତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକର ତନ୍ତିଆପାଳ ସାମୁଦ୍ରୀକ ଥାନା ଅନ୍ତର୍ଗତ ଗୋଗୁଆସ୍ଥିତ ଇଣ୍ଡିଆନ ଅଏଲ କମ୍ପାନୀ ପାଚେରୀ ଭିତରେ ଗାତ ଖୋଳୁଥିବା ବେଳେ ମାଟିଅତଡାଖସି ଚାପିହୋଇଯିବାରୁ ଜନୈକ ଶ୍ରମିକର ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ତନ୍ତିଆପାଳ ସାମୁଦ୍ରୀକ ଥାନା ଅନ୍ତର୍ଗତ ଗୁଳୁଦିଆ ଗ୍ରାମର ସ୍ୱର୍ଗତ ଅତୁଲ ମଣ୍ଡଳଙ୍କ ପୁଅ ଖଗେନ ମଣ୍ଡଳ(୬୦) ଠିକାଦାର ବାବୁଲା ମଣ୍ଡଳଙ୍‌କ ଅଧିନରେ ଗୋଗୁଆରେ ଥିବା ଇଣ୍ଡିଆନ ଅଏଲ କମ୍ପାନୀ ପରିସର ମଧ୍ୟରେ ମଙ୍ଗଳବାର ପୂର୍ବାହ୍ନରେ ୩୦ଫୁଟ ଲମ୍ବ,୩୦ଫୁଟ ଚଉଡା ଓ ୧୫ଫୁଟ ଗଭୀରର ଏକ ଗାତ ଖୋଳୁଥିବା ବେଳେ ହଠାତ ମାଟିଅତଡା ଖସି ତାଙ୍କ ଉପରେ ପଡିବାରୁ ପୂର୍ବାହ୍ନ ପ୍ରାୟ ୯ଟା ୪୫ମିନିଟ ସମୟରେ ତାଙ୍କୁ ଅଚେତ ଅବସ୍ଥାରେ ସ୍ଥାନୀୟ ବାବର ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରଥମେ ଭର୍ତ୍ତି କରାଯାଇଥିଲା । ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯିବାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମୃତ ଖଗେନଙ୍କ ପୁଅ କୃଷ୍ଣପଦ ମଣ୍ଡଳ ତନ୍ତିଆପାଳ ସାମୁଦ୍ରିକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଶବ ଜବତ କରି ବ୍ୟବଛେଦ କରିବା ପାଇଁ ପଠାଇ ଘଟଣାର ତଦନ୍ତ କରୁଥିବା ଥାନା ସୁତ୍ରରୁ ଜଣାପଡିଛି । ସୂଚନା ଅନୁଯାଇ ଗୋଗୁଆସ୍ଥିତ ଇଣ୍ଡିଆନ ଅଏଲ କମ୍ପାନୀ ପରିସର କାର୍ଯ୍ୟସ୍ଥଳରେ ଶ୍ରମିକଙ୍କ ସୁରକ୍ଷା ପାଇଁ କୈାଣସି ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ