ଇଣ୍ଡିଆନ ଅଏଲ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା

ବାଲେଶ୍ୱର, (ସରୋଜ ପଣ୍ଡା) : ଇଣ୍ଡିଆନ ଅଏଲ କର୍ପୋରେସନର ଦକ୍ଷିଣ-ପୂର୍ବକ୍ଷେତ୍ର ପାଇପଲାଇନ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ସଦର ବ୍ଲକ ଅନ୍ତର୍ଗତ ଆକିନିଆଁ ଆନନ୍ଦମାର୍ଗ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଇପ ଲାଇନର ମୁଖ୍ୟ ପ୍ରବନ୍ଧକ ମହେନ୍ଦ୍ର କୁମାର ସାହୁଙ୍କ ସମେତ ପ୍ରବନ୍ଧକ ଆଦିତ୍ୟ କୁମାର ସାହୁ ଓ ରାଜେଶ କୁମାର ପ୍ରଧାନ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଏଥିିରେ ଯୋଗଦେଇ ଦୁର୍ନୀତି ନିବାରଣ ସପ୍ତାହ ପାଳନର ଯଥାର୍ଥତା ସମ୍ପର୍କରେ ଆଲୋଚନା କରିଥିଲେ । ଦୁର୍ନୀତି ବ୍ୟାଧିରୁ ମୁକ୍ତ ହେବା ପାଇଁ ତୃଣମୂଳ ସ୍ତରରୁ ଉଦ୍ୟମ କରିବାକୁ ଅତିଥିମାନେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଆନନ୍ଦମାର୍ଗ ବିଦ୍ୟାଳୟର ସଭାପତି ସମାଜସେବୀ ଡ.ଭାସ୍କର ଚନ୍ଦ୍ର ଜେନା ଏଥିରେ ସଭାପତିତ୍ୱ କରିବା ସହ ଦୁର୍ନୀତିର ମୂଳତ୍ପୋଟନ ପାଇଁ ପାରିବାରିକ ସ୍ତରରୁ ପିଲାମାନଙ୍କୁ ସଂସ୍କାର ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଶିକ୍ଷାବିତ ପରିକ୍ଷିତ ଜେନା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଦୁର୍ନୀତି ବିରୋଧରେ ଏକ ସାମୂହିକ ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମଞ୍ଚାସୀନ ଅତିଥିଙ୍କ ସମେତ ଉପସ୍ଥିତ ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନେ ଏହି ଶପଥପାଠରେ ଅଂଶଗ୍ରହଣ କରିଥିଲେ । ଦେଶର ପ୍ରଗତି ପାଇଁ ଦୁର୍ନୀତିକୁ ଦୂରେଇ ଦେବାକୁ ସମସ୍ତେ ଶପଥ ପାଠ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ