ଇଣ୍ଡିଆନ ଆଇଡଲ-୧୧ ଫିନାଲେ, ସନୀ ହିନ୍ଦୁସ୍ତାନୀ ବିଜେତା

ନୂଆଦିଲ୍ଲୀ : ଲୋକପ୍ରିୟ ଟେଲିଭିଜନ ସିଙ୍ଗିଙ୍ଗ ରିୟଲିଟି ସୋ’ ଇଣ୍ଡିଆନ ଆଇଡଲ-୧୧’ର ଫିନାଲେ ରବିବାର ସମ୍ପନ୍ନ ହୋଇଛି ଏବଂ ସଙ୍ଗୀତର ଏହି ମହାସଂଗ୍ରାମରେ ସନୀ ହିନ୍ଦୁସ୍ତାନୀ ଟାଇଟଲ ବିଜେତା ହୋଇଛନ୍ତି । ଭାଟିଣ୍ଡାର ସନି ହିନ୍ଦୁସ୍ତାନୀଙ୍କୁ ଇଣ୍ଡିଆନ ଆଇଡଲ-୧୧ ଟ୍ରଫି ସହିତ ୨୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି ଏହା ସହିତ ପ୍ରଥମ ରନର ଅପ ରୋହିତ ରାଉତ ଏବଂ ଦ୍ୱିତୀୟ ରନର ଅପ ଓଙ୍କନା ମୁଖାର୍ଜୀଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ମିଳିଛି । ଫିନାଲେରେ ଆଦ୍ରିଜ ଘୋଷ ତୃତୀୟ ଏବଂ ରିଧମ କଲ୍ୟାଣ ଚତୁର୍ଥ ରନର ଅପ ବିଜେତା ହୋଇଛନ୍ତି । ପୂର୍ବ ଘୋଷଣା ମୁତାବକ ବିଜେତା ସନୀ ଟି-ସିରିଜର ଆଗାମୀ ଚଳଚ୍ଚିତ୍ରରେ ଗାଇବା ସୁଯୋଗ ପାଇବେ । ପ୍ରକାଶଥାଉ କି, ଇଣ୍ଡିଆନ ଆଇଡଲରେ ଭାଗ ନେବା ପୂର୍ବରୁ ସନୀ ଜୋତା ପାଲିସ କରୁଥିଲେ । କିନ୍ତୁ ନିଜ ପ୍ରତିଭା ବଳରେ ସେ ଆଜି ସମସ୍ତଙ୍କୁ ପଛରେ ପକାଇ ଏହି ଟାଇଟଲ ହାସଲ କରି ପାରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ