ଇଣ୍ଡିଆନ ଗ୍ଲୋରୀ ଆୱାର୍ଡ଼ ୨୦୨୩ରେ ଗଜପତିର ଆଲୋକ ବୋଷ ସମାଜସେବା ପାଇଁ ସମ୍ବର୍ଦ୍ଧିତ ହେଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଡ଼ଃ. ଆଲୋକ କୁମାର ବୋଷ ସମାଜସେବା ପାଇଁ ଇଣ୍ଡିଆନ ଗ୍ଲୋରୀ ଆୱାର୍ଡ଼ ୨୦୨୩ ରେ ସମ୍ମାନିତ ହୋଇଥିବା ସୂଚନା ମିଳିଛି. ଭାରତର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ହାପିମୁମେଣ୍ଟସ୍ ଅଫ ଇଣ୍ଡିଆ ଏବଂ ଇଣ୍ଡିଆନ୍ ବିଉଟିଶୀୟନ୍ ୱେଲ୍ଲଫାର ଆସେସେସନ ର ମିଳିତ ଆନୁକୁଲ୍ୟରେ ଇଣ୍ଡିଆନ୍ ଗ୍ଲୋରୀ ଆୱାର୍ଡ଼ ୨୦୨୩ ପୁରୀ ଜିଲ୍ଲା ସଂସ୍କୃତିଭବନ ସଭା ଗୃହରେ ପାରମ୍ପରିକ ଭାବେ ଆୟୋଜିତ ହୋଇଛି।ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଆବାହକ ଶ୍ରୀ ରାଜେନ୍ଦ୍ର ପ୍ରସାଦ ପଣ୍ଡା ପ୍ରାରମ୍ଭିକ ଭାବେ ଅଭିଭାଷଣ ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜାତୀୟ ଓ ରାଜ୍ୟର ପ୍ରତିଭାବନ ବ୍ୟକ୍ତି ମାନଙ୍କୁ ଚୟନ କରି ସମ୍ମାନିତ ସହ ସମ୍ବର୍ଦ୍ଧିତ କରିଥିଲେ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ‌ମହକୁମା ଡଃ. ଆଲୋକ କୁମାର ବୋଷ ଙ୍କୁ ସମାଜ ସେବା ପାଇଁ ଇଣ୍ଡିଆନ ଗ୍ଲୋରୀ ଆୱାର୍ଡ଼ ୨୦୨୩ ଦ୍ୱାରା ମୋମେଣ୍ଟ , ସର୍ଟିଫିକେଟ ,ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ସମ୍ମାନ ରେ ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ପୁରୀ ବିଧ୍ୟାୟକ ଜୟନ୍ତ ଷଡ଼ଙ୍ଗୀ, ସମ୍ମାନିୟ ଅତିଥି ଭାରତ ମସଲା ର ପ୍ରତିଷ୍ଠାତା ଶ୍ରୀ ସୁରେନ୍ଦ୍ର ପଣ୍ଡା ରାଜନେତା ଓ କବି ଶଙ୍କର ପରିଡ଼ା ସମାଜସେବୀ ବନ୍ଦନା ହରିଚନ୍ଦନ, ଅର୍ଜୁନ ପୁରସ୍କାର ପ୍ରାପ୍ତ ଦୂତି ଚାନ୍ଦ, ପଦ୍ମ ଶ୍ରୀ ପ୍ରଭାକର ମହାରଣା, ଫିଲିମ୍ ଡାଇରେକ୍ଟର ଅଶୋକ ପତି ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ରେ ଓଡ଼ିଶୀ, ସମ୍ବଲପୁରୀ, ପାଇକନୃତ୍ୟ ପରିବେଷଣ କରଯାଇଥିଲା। ଏବଂ ଦେଶର କୋଣ ଅନୁକୋଣର ପ୍ରତିଭାବାନ ବ୍ୟକ୍ତିଙ୍କୁ ମଞ୍ଚ ରେ ମୋମେଣ୍ଟ , ସର୍ଟିଫିକେଟ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ଶିବାନନ୍ଦ ବାରିକ୍ ପରିଚାଳନା କରିଥିବାବେଳେ ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଧନ୍ୟବାଦ୍ ଅର୍ପଣ କରୁଥିଲେ। ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ସମ୍ପାଦନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ