ଇଣ୍ଡିଆନ ଭେଟେରାନ ଅର୍ଗାନାଇଜେସନ : ଓଡ଼ିଶାର ବାର୍ଷିକ ଉତ୍ସବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଇଣ୍ଡିଆନ ଭେଟେରାନ ଅର୍ଗାନାଇଜେସନ ଓଡ଼ିଶାର ବାର୍ଷିକ ଉତ୍ସବ ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଶ୍ରୀ ଅଶୋକ କୁମାର ଜେନା ସଭାପତିତ୍ୱ କରିଥିଲେ । ଇଂ ବିପିନ ବିହାରୀ ନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଡଃ ସୁକାନ୍ତି ମିଶ୍ର ଯୋଗ ଦେଇଥିଲେ । ମୁଖ୍ୟ ପରାମର୍ଶଦାତା ଡଃ ବିପିନ ବିହାରୀ ମିଶ୍ର, ଉପସଭାପତି ଅଜୟ କୁମାର ନାୟକ, ସାଧାରଣ ସମ୍ପାଦକ ଏନ୍.କେ. ଦାସ, ଖୋର୍ଦ୍ଧା ଜିଲ୍ଲା ସଭାପତି ବନବିହାରୀ ମିଶ୍ର, ଗଞ୍ଜାମ ସମ୍ପାଦକ ଏସ୍.କେ. ପାତ୍ର, ବାଙ୍କି ଆସୋସିଏସନର ସଭାପତି ବ୍ରଜବନ୍ଧୁ ପଣ୍ଡା, ସୁନ୍ଦରଗଡ଼ ଜିଲ୍ଲା ସଭାପତି ଚକ୍ରାନ୍ତ ଜେନା ତଥା ଅନ୍ୟ ଜିଲ୍ଲାର ସମସ୍ତ ସଭାପତି ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ସିଡ଼ିଏସ୍ ବିପିନ ରାଉତ ଏବଂ ଆଡ଼ମିରାଲ ଏଚ୍.ଏସ୍. ଶର୍ମାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯିବା ସହିତ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରାଯିବା ପରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରାଯାଇଥିଲା । ଏହି ଅବସରରେ ୫୦ଜଣ ଭେଟେରାନଙ୍କୁ ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଏବଂ ଅନ୍ୟାନ୍ୟ ଅତିଥିମାନଙ୍କ ଦ୍ୱାରା ପୁଷ୍ପଗୁଚ୍ଛ, ଉତ୍ତରୀ ଏବଂ ସାର୍ଟିଫିକେଟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ସଭାପତି ଶ୍ରୀ ଅଶୋକ କୁମାର ଜେନା ସମସ୍ତ ଭେଟେରାନମାନଙ୍କୁ ଏକଜୁଟ ହୋଇ ରାଜ୍ୟରେ ନିଜର ସ୍ଥିତି ଏବଂ ବିଭିନ୍ନ ସମସ୍ୟାକୁ ସମାଧାନ କରିବାକୁ ଅନୁରୋଧ କରିଥିଲେ । ଉପସ୍ଥିତ ଥିବା ସମସ୍ତ ଭେଟେରାନ ବିଭିନ୍ନ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ବିଭିନ୍ନ ସମସ୍ୟା ଏବଂ ଏହାର ସମାଧାନ ପାଇଁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ଜିଲ୍ଲା ସୈନିକ ବୋର୍ଡ଼ରେ ସମ୍ପାଦକ ନିଯୁକ୍ତି, ଇସିଏଚ୍ଏସ୍ର ପୂର୍ଣ୍ଣ ସୁବିଧା ବ୍ୟବସ୍ଥା, କ୍ୟାଣ୍ଟିନ ସୁବିଧା, ଶହୀଦ ସ୍ତମ୍ଭ ନିର୍ମାଣ, ସୈନିକ ବିଶ୍ରାମ ଗୃହ, ସୈନିକ ଆରକ୍ଷଣ, ସମସ୍ତ ଛୋଟ ଛୋଟ ଆସୋସିଏସନର ଏକତ୍ରିକରଣ କରିବାକୁ ଦାବି କରାଯାଇଥିଲା । ଏହି ଉତ୍ସବରେ ସରୋଜ କୁମାର ପାତ୍ର, ବିରଞ୍ଚି ନାରାୟଣ ଦାସ, ପିତବାସ ସାସମଲ, ପ୍ରହଲ୍ଳାଦ ଗାନ୍ଥିଆ, ସୁଧାକର ପାତ୍ର, ନିରଞ୍ଜନ ଦାସ, ଆର.ସି. ରାଉତ, ଜେ.କେ ଦାସ, ଏସ୍.କେ ପରିଡ଼ା, ଜେ.କେ. ଜେନା, ପି.କେ. ମିଶ୍ର, ଏଚ୍.ପି. ମହାଜନ, ଉମାକାନ୍ତ ମାନସିଂ, ଅବଦୁଲ ରହେମନା, ଜୟକୃଷ୍ଣ ମହାନ୍ତି, ପି.ସି. ପରିଜା, ଦୀନବନ୍ଧୁ ସ୍ୱାଇଁ ପ୍ରମୁଖ ଭେଟେରାନ ଯୋଗ ଦେଇଥିଲେ । ମୁଖ୍ୟ ଉପଦେଷ୍ଟା ସମସ୍ତଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦେଇଥିଲେ । ପରେ ସମସ୍ତଙ୍କୁ ଧନ୍ୟବାଦ ଦିଆଯାଇ ସଭା ସାଙ୍ଗ ହୋଇଥିଲା ।


