“ଇଣ୍ଡିଆ” ପକ୍ଷରୁ ଶୁଖିଲା ଖାଦ୍ୟ କିଟ ବଣ୍ଟନ

ବୁଗୁଡା, (ଅନିଲ କୁମାର ମହାରଣା):କରୋନା ସଂକ୍ରମଣ ସାରା ବିଶ୍ୱକୁ ଗ୍ରାସ କରିଥିବା ବେଳେ ଆମଦେଶ ମଧ୍ୟ ସେଥିରୁ ରକ୍ଷା ପାଇନାହିଁ। କରୋନା ପାଇଁ ଦେଶରେ ଲକ ଡାଉନ ଓ ସଟ ଡାଉନ ଯୋଗୁଁ ଖଟିଖିଆ ଗରିବ, ଆଦିବାସୀ ଓ ଦଳିତ ଶ୍ରେଣୀ କାମ ହରାଇ ବହୁ ଅସୁବିଧାର ସମ୍ମୁଖିନ ହୋଇଥିଲେ। ଏହିପରି ଦୁର୍ଦ୍ଦିନରେ ଗରିବ ଶ୍ରମିକ, ଆଦିବାସୀ ଓ ଦଳିତ ଶ୍ରେଣୀ ପାଇଁ ଦେବଦୂତ ଭାବେ ଉଭା ହୋଇଥିଲେ ସମାଜସେବୀ ତଥା ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ” ଇଣ୍ଡିଆ ” ର ଡ଼ାଇରେକ୍ଟର ଡ଼ଃ କୁମୁଦ ଚନ୍ଦ୍ର ବେହେରା। ପ୍ରାୟ ୫୦ ଦିନ ମଧ୍ୟରେ ଡ଼ଃ ବେହେରା “ଇଣ୍ଡିଆ” ସ୍ବେଚ୍ଛାସେବୀ ସଂଗଠନ ଜରୀଆରେ ଶହ ଶହ ଗରିବ ଶ୍ରମିକ, ଆଦିବାସୀ ଓ ଦଳିତ ଶ୍ରେଣୀ ପରିବାରଙ୍କୁ ଶୁଖିଲା ଖାଦ୍ୟ କିଟ ପ୍ରଦାନ କରି ଉଦାହରଣ ସୃଷ୍ଟି କରି ପାରିଛନ୍ତି। ବୁଗୁଡା ବ୍ଲକ ମାଣିତରା ପାଞ୍ଚାୟତର ଆଦିବାସୀ-ହରିଜନ ଗ୍ରାମ କଣ୍ଡେରାଇରେ ଦୁଇ ଦିନ ପୂର୍ବେ ୨୬ ଟି ପରିବାରକୁ ଶୁଖିଲା ଖାଦ୍ୟ କିଟ ଦିଆଯାଇଥିବା ବେଳେ ସେପ୍ଟେମ୍ବର ୨୭ ତାରିଖ ରବିବାର ଦିନ ହରିଜନ ଗ୍ରାମ ସାପୁଆପଲ୍ଲୀରେ ୧୬ ଟି ପରିବାର ଙ୍କୁ ଶୁଖିଲା ଖାଦ୍ୟ କିଟ ପ୍ରଦାନ କରାଯାଇଛି। ବୁଗୁଡା, ପୋଲସରା ଓ ଜଗନ୍ନାଥପ୍ରସାଦ ବ୍ଲକର ବିଭିନ୍ନ ଗରିବ ଶ୍ରମିକ, ଆଦିବାସୀ ଓ ହରିଜନ ପରିବାରଙ୍କୁ “ଇଣ୍ଡିଆ” ପକ୍ଷରୁ ବର୍ତ୍ତମାନ ଏହି ଶୁଖିଲା ଖାଦ୍ୟ କିଟ ବଣ୍ଟନ କାର୍ଯ୍ୟ ଚାଲୁ ରହିଛି ବୋଲି ନିର୍ଦ୍ଦେଶକ ଡ଼ଃ ବେହେରା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ