ଇଣ୍ଡିଆ ଲିମିଟେଡ ଷ୍ଟେଟ କୋଡିନେଟର ଓ ବ୍ରାଞ୍ଚ ମ୍ୟାନେଜର ଜେଲଦଣ୍ଡ ଶୁଣାଇଲେ ଓପିଆଇଡି କୋର୍ଟ

ବାଲେଶ୍ୱର, (ସରୋଜ ପଣ୍ଡା):ଶାରଧା ରୀୟଲିଟି ଇଣ୍ଡିଆ ଲିମିଟେଡ଼ କମ୍ପାନୀର ଷ୍ଟେଟ କୋର୍ଡିନେଟର ଓ ବାଲେଶ୍ଵର ବ୍ରାଞ୍ଚ ମ୍ୟାନେଜର ଙ୍କୁ ଜେଲ୍ ଦଣ୍ଡ । ସଂସ୍ଥାର ଷ୍ଟେଟ କୋର୍ଡିନେଟର ବିଚିତ୍ରାନନ୍ଦ ଦାସ ଓ ବାଲେଶ୍ଵର ବ୍ରାଞ୍ଚ ମ୍ୟାନେଜର ବାସୁଦେବ ସାମଲଙ୍କୁ ୫ ବର୍ଷ ଲେଖାଏଁ ଜେଲ ଦଣ୍ଡ ସହ ଉଭୟଙ୍କୁ ୨ ଲକ୍ଷ ୪୦ ହଜାର ଟଙ୍କା ଲେଖାଏଁ ଜୋରିମାନା ସହ ଅନାଦେୟ ଦୁଇ ବର୍ଷ ଅଧିକ ଜେଲ୍ ଦଣ୍ଡ ଶୁଣାଇଛନ୍ତି ମାନ୍ୟବର ବାଲେଶ୍ଵର ସ୍ୱତନ୍ତ୍ର ଓ ପି ଆଇ ଡି କୋର୍ଟ ଜଜ ବିଶ୍ୱଜିତ ଦାସ । ନିରୀହ ଜନତା ତଥା ଜମାକାରୀ ଙ୍କୁ ପ୍ରଲୋଭିତ କରି ସଂସ୍ଥା ବିଭିନ୍ନ ସ୍କିମ୍ ଯଥା ଶାରଧା ରିଅଲିଟି ଓ ଶାରଧା ଟୁର ଆଣ୍ଡ ଟ୍ରାଭେଲ୍ସ ଆଦିରେ ଟଙ୍କା ଲଗାଇ ୨୭୩୫ ଜଣ ଜମାକାରୀଙ୍କ ଠାରୁ ଠକି ନେଇଥିଲା ୪ କୋଟି ୧୬ ଲକ୍ଷ ଟଙ୍କା। ଠକେଇ ନେଇ କ୍ରାଇମବ୍ରାଞ୍ଚର ଇ ଓ ଡବ୍ଲ୍ୟୁ ରେ ୧୨/୧୩ ରେ ଏକ ମାମଲା ରୁଜୁ ହୋଇଥିଲା । ୬୫ ଜଣ ସାକ୍ଷୀ ଓ ୧୪୪ ଟି ଦଲିଲ ଓ ଦସ୍ତାବିଜ କୁ ଭିତ୍ତିକରି ଦଣ୍ଡ ଶୁଣାଇଛନ୍ତି ମାନ୍ୟବର କୋର୍ଟ। ଏହି ମାମଲାରେ ସରକାର ଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ