ଇଣ୍ଡିଆ ସ୍କିଲସ ୨୦୨୦ ପାଇଁ ପଞ୍ଜିକରଣ ତାରିଖ ଡିସେମ୍ବର ୩୧ପର୍ଯ୍ୟନ୍ତ ବଢିଲା

ନୂଆଦିଲ୍ଲୀ- କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରାଳୟ ଦ୍ୱାରା ସାରା ଦେଶରୁ ପ୍ରତିଭା ଅନ୍ୱେଷଣ ପାଇଁ ଆୟୋଜନ କରାଯାଉଥିବା ପ୍ରତିଯୋଗୀତା ଇଣ୍ଡିଆ ସ୍କିଲସ ୨୦୨୦ ପାଇଁ ଅନଲାଇନ ପଞ୍ଜିକରଣ ଡିସେମ୍ବର ୩୧, ୨୦୧୯ ପର୍ଯ୍ୟନ୍ତ ଚାଲୁରହିବ । ଏହି ପ୍ରତିଯୋଗୀତା ଭାରତର ଯୁବବର୍ଗ ଙ୍କୁ ଦେଶ ଓ ବିଦେଶରେ ୫୦ରୁ ଉର୍ଦ୍ଧ୍ୱ କୌଶଳ ପ୍ରଦର୍ଶନ କରିବା ପାଇଁ ସୁଯୋଗ ମିଳିବ । ଏହି ପ୍ରତିଯୋଗୀତା ଆଂଚଳିକ ସ୍ତରରେ ୪ ଟି ଜୋନରେ ଆୟୋଜନ କରାଯିବ । ଏହାର ବିଜେତା ମାନେ ଜାତୀୟ ସ୍ତରରେ ଭାଗନେବା ପାଇଁ ସୁଯୋଗ ପାଇପାରିବେ । ପରବର୍ତୀ ପର୍ଯ୍ୟାୟରେ ଜାତୀୟ ସ୍ତରର ବିଜେତା ମାନେ ଚାଇନା ଠାରେ ୨୦୨୧ ମସିହାରେ ୱାର୍ଲ୍ଡ ସ୍କିଲସ ଇଂଟରନେସନାଲ ପ୍ରତିଯୋଗୀତା ରେ ଭାଗନେବେ । କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଡଃ ମହେନ୍ଦ୍ର ନାଥ ପାଣ୍ଡେ କହିିଛନ୍ତି, “ଭାରତକୁ ବିଶ୍ୱର କୌଶଳ ରାଜଧାନୀ ବନାଇବା ଲକ୍ଷ ନେଇ ଇଣ୍ଡିଆ ସ୍କିଲସ ପ୍ରତିଯୋଗୀତା ପ୍ରତିଭା ପ୍ରଦର୍ଶନ ପାଇଁ ଯୁବଗୋଷ୍ଠିଙ୍କୁ ସୁଯୋଗ ଦେଉଅଛି ।” ଆବେଦନକାରୀ ୫୦ ଟି କୌଶଳ କ୍ଷେତ୍ର ଯଥା ମେକାଟ୍ରୋନିକସ, ମାନ୍ୟୁଫାକ୍‌ଚରିଂ ଟିମ ଚ୍ୟାଲେଞ୍ଜ, ଏରୋନୋଟିକାଲ ଇଂଜିନିୟରିଂ, କ୍ଲାଉଡ କମ୍ପୁଟିଂ, ସାଇବର ସିକୁରିଟି, ବେକିଂ, ବିଉଟି ଥେରାପି, ହେୟାର ଡ୍ରେସିଂ, କାର୍ପେଂଟ୍ରି, ୱାଟର ଟେକ୍ନୋଲୋଜି, ଆଇଟି ଇତ୍ୟାଦି ରେ ଭାଗ ନେଇପାରିବେ । ଜିଲ୍ଲା, ରାଜ୍ୟ ଏବଂ ଆଂଚଳିକ ସ୍ତରରେ ଏହି ପ୍ରତିଯୋଗୀତା ଆୟୋଜନ ହେବାପରେ ଜାତୀୟ ସ୍ତରରେ ଏହି ପ୍ରତିଯୋଗୀତା ୨୦୨୦ ମସିହାରେ ଅନୁଷ୍ଠିତ ହେବ । ଏହା ପ୍ରତିଯୋଗୀତା ରାଜ୍ୟ ମାନେ ଆୟୋଜନ କରିବେ ଏବଂ ଏହାକୁ ନ୍ୟାସନାଲ ସ୍କିଲ ଡେଭେଲପମେଂଟ କର୍ପୋରେସନ, ସେକ୍ଟର ସ୍କିଲ କାଉନସିଲ, କର୍ପୋରେଟ ଏବଂ ଶିକ୍ଷାନୁଷ୍ଠାନ ମାନଙ୍କର ମିଳିତ ସହଯୋଗରେ ଆୟୋଜନ କରାଯିବ । ଇଣ୍ଡିଆ ସ୍କିଲସ ପ୍ରତିଯୋଗୀତା ଛଡା ଭିନ୍ନକ୍ଷମ ମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ଆବିଲିମ୍ପକସ ର ଆୟୋଜନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ