ଇଣ୍ଡିଗୋ ଧକ୍କାରେ ଯୁବକ ଗୁରୁତର
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଅଧିନ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ଗଣିଜାଙ୍ଗ ବଜାର ଠାରେ ରାସ୍ତା ପାର ହେଉଥିବା ବେଳେ ଜଣେ ଯୁବକ ଇଣ୍ଡିଗୋ ଧକ୍କାରେ ଗୁରୁତର ଆହତ ହୋଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ପ୍ରକାଶ ଯେ, ଟିଲୋ ମାଳି ସାହି ଗ୍ରାମର କାଳନ୍ଦି ବେହେରାଙ୍କ ପୁଅ ରମେଶ ବେହେରା ଗଣିଜାଙ୍ଗ ବଜାରରେ ରାସ୍ତା ପାର ହେଉଥିବା ବେଳେ ଅପରପାଶ୍ୱର୍ରୁ ଆସୁଥିବା ଏକ ଇଣ୍ଡିଗୋ ଗାଡି ତାଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା । ଫଳରେ ରମେଶଙ୍କ ଗୋଡ ଓ ପେଟରେ ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ରମେଶଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ôଚଥିଲା ।


