ଇଣ୍ଡୋନେସିଆରେ ଓଡିଶୀ ନୃତ୍ୟୁ ଗୁରୁ ଅଳକା ସାହୁଙ୍କ ଟିମ କଳାପ୍ରଦର୍ଶନ କରିବେ,ଶୁଭେଛା ଜଣାଇଲେ ଜିଲ୍ଲାପାଳ,ବିଧାୟକ,ଏସପି

ଛତ୍ରପୁର, (ଦେବଦତ୍ତ ମହାରଣା):ଇଣ୍ଡୋନେସିଆରେ ବାଲିରେ ହେବ ବାଲିଯାତ୍ରା କଳିଙ୍ଗ ମହୋତ୍ସବ ହେବ । କେନ୍ଦ୍ର ସରକାର ,ରାଜ୍ୟ ସରକାର ସହଭାଗିତାରେ ହେବ ଏହି ମହୋତ୍ସବ । ଏହି ଅବସରରେ କଳା ଓ ସଂସ୍କୃତିର ସହର ଛତ୍ରପୁରର ଜୟ ଗଣେଷ କଳା ବିକାଶ କେନ୍ଦ୍ରର ଓଡିଶୀ ନୃତ୍ୟୁ ଗୁରୁ ଅଳକା ସାହୁଙ୍କ ଟିମ ଏହି ମହୋତ୍ସବରେ ନିଜର ନୃତ୍ୟକଳାପ୍ରଦର୍ଶନ କରିବେ । କଳିଙ୍ଗ ଇଟଂରନ୍ୟାସନାଲ ୟୁଥ୍ ଫାଉଣ୍ଡେସନ ପକ୍ଷରୁ ନୃତ୍ୟୁଗୁରୁ ଅଳକା ସାହୁଙ୍କୁ ଚିଠି ଆସିଛି । ଏହି ଅବସରରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା,ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା,ଗଞ୍ଜାମ ଏସପି ଜଗମୋହନ ମୀନା,ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା ନୃତ୍ୟୁଗୁରୁ ଅଳକା ସାହୁ ଏବଂ ତାଙ୍କ ଟିମକୁ ସାକ୍ଷାତ କରିବା ସହ ଶୁଭେଛା ଜଣାଇବା ସହ ଜିଲ୍ଲା ଓ ରାଜ୍ୟର ନାମ ରଖିବା ଉପରେ ମତପୋଷଣ କରିଥିଲେ । ଏହି ମହୋତ୍ସବର ମୁଖ୍ୟ ଉଦେଶ୍ୟ ହେଲା ଦୁଇ ଦେଶ ମଧ୍ୟରେ ଭାବର ଆଦାନପ୍ରଦାନ । ପୂର୍ବରୁ ମଧ୍ୟ ଓଡିଶୀ ନୃତ୍ୟୁ ଗୁରୁ ଅଳକା ସାହୁଙ୍କ ଟିମ ମାଲେସିୟା ଓ ସିଙ୍ଗାପୁର ସମେତ କଟକ ବାଲିଯାତ୍ରା,ଗୋପାଳପୁର ବେଳାଭୁମି ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ନିଜର କଳାପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି । ଆସନ୍ତା ୩୦ ରୁ ଅଳକା ସାହୁଙ୍କ ଟିମ ଇଣ୍ଡୋନେସିଆ ଯାତ୍ରା କରିବା ସହ ୩ ତାରିଖରେ ତିନୋଟି ନୃତ୍ୟାକାର୍ଯ୍ୟକ୍ରମ କରିବାକୁ ରହିଛି । ଓଡିଶୀ,ବନ୍ଦେଉତ୍କଳ ଜନନୀ ଓ ବୋଇତ ବନ୍ଧାନ ଥିମ୍ କୁ ନେଇ ନିଜର କଳାପ୍ରଦର୍ଶନ କରିବେ ଜୁନ ୮ ତାରିଖରେ ଫେରିବାର କାର୍ଯ୍ୟକ୍ରମ ରହିଛି । ଏହି ଟିମରେ ଗୁରୁ ଅଳକା ସାହୁ, ଦେବୀ କୁମାରୀ ପ୍ରଧାନ, ଶିବାଙ୍ଗୀ ମହାରଣା,ଅଙ୍କିତା ପ୍ରିୟଦର୍ଶିନୀ ରଥ, କେଶବ ବେହେରା,ସାଗର ଦଲେଇ,ସ୍ନେହାଶିଶ ସାମଲଙ୍କ ସମେତ ଜଣେ ଅଭିଭାବକ ଯିବାର କାର୍ଯ୍ୟକ୍ରମ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ