ଇତିଭୁଆଁ ପଞ୍ଚାୟତ ପକ୍ଷରୁ କରୋନା ମୁକାବିଲା ପାଇଁ ଆଇସୋଲେସନ ଵେଡ ପ୍ରସ୍ତୁତ
ଗୋପ,(ଗଣେଶ ଚନ୍ଦ୍ର ବେହେରା):ଛଇତନା ନିକଟସ୍ଥ ଇତିଭୂଆଁ ଗ୍ରାମପଞ୍ଚାୟତ ପକ୍ଷରୁ କରୋନା ମହାମାରୀ କୋଭିଡ ୧୯ର ମୁକାବିଲା କରିବା ନିମନ୍ତେ ଵ୍ୟାପକ ପ୍ରସ୍ତୁତି କରାଯିବା ସହ ଲକ ଡାଉନ ନିର୍ଦ୍ଦେଶନାମାକୁ ପାଳନ କରିଵା ସହ ସାମାଜିକ ଦୂରତା ରକ୍ଷା ପାଇଁ ପଂଚାୟତ ପ୍ରଶାସନ ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଛି। ଖଵରରୁ ପ୍ରକାଶ ଯେ କରୋନା ମହାମାରୀ କୋଭିଡ ୧୯ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପଂଚାୟତ ସ୍ତରରେ ଆଇସୋଲେସନ ସେଣ୍ଟର ଖୋଲାଯିବା ସହ ପଂଚାୟତର ପ୍ରତ୍ୟେକ ଗ୍ରାମରେ ଵ୍ୟାପକ ଜନସଚେତନତା ସୃଷ୍ଟି କରାଯାଉଛି। ଏହି ପରିପ୍ରେକ୍ଷୀରେ ରାମଚଣ୍ଡି ଥାନା ଅଧୀନସ୍ଥ ଇତିଭୂଆଁ ଗ୍ରାମ ପଞ୍ଚାୟତ ପକ୍ଷରୁ ୨୦ ଶଯ୍ୟା ବିଶିଷ୍ଟ ଆଇସୋଲେସନ ବେଡ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ କରାଯାଇଛି। ଏହି କେନ୍ଦ୍ରକୁ ନିୟମିତ ସାନିଟାଇଜ କରାଯିବା ସହ ଏହାର ଦାୟିତ୍ୱରେ ଥିବା ପିଓ ଅକ୍ଷୟ କୁମାର ରାଉତ, ନିରଞ୍ଜନ ବେହେରା, ବାଲୁଙ୍କେଶ୍ୱର ସାହୁ, ସୁମନ୍ତ କୁମାର ବେହେରା, ସୁକାନ୍ତ କୁମାର ସ୍ଵାଇଁ ଏବଂ ୨ଜଣ ଓାର୍ଚ ମ୍ୟାନ ମୁତୟନ କରାଯାଇଛି। ଏହି କେନ୍ଦ୍ରରେ ପାନୀୟଜଳ ଯୋଗାଣ ପାଇଁ ଆକ୍ୟୁଗାର୍ଡ ଵ୍ୟଵସ୍ଥା, ୨୪ ଘଣ୍ଟା ଵିଦ୍ୟୁତ ଵ୍ୟଵସ୍ଥା ପାଇଁ ଇନଭୋଟର,ପରିମଳ ଵ୍ୟଵସ୍ଥା ପାଇଁ ୪ଗୋଟି ଶୌଚାଳୟ, ପ୍ରତ୍ୟେକ ବେଡ ନିକଟରେ ସାଵୁନ,ଵାଲଟି, ମଗ ସହ ସାନିଟାଇଜର ରଖାଯାଇଛି। ଏହି ପରିପ୍ରେକ୍ଷୀରେ ପଂଚାୟତ ପକ୍ଷରୁ ବାହାରେ ଯେଉଁସବୁ ଲୋକମାନେ ଅଛନ୍ତି ସେମାନେ ଆସିଲେ ତାଙ୍କୁ ନିୟମିତ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି ।ଏହି ଅବସରରେ ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରାଯିଵା ସହ ମାକ୍ସ ବ୍ୟବହାର ଓ ସଫେଇ, ସାନିଟାରୀଯ ସ୍ପ୍ରେ କରିବା ସହ ସରପଞ୍ଚ ଶୁଭଶ୍ରୀ ଦାସ ଘର ଘର ବୁଲି ସଚେତନତା କରୁଛନ୍ତି ।