ଇତିଶ୍ରୀ ଓ ମନ୍ଥନ ପୋଲସରା ବ୍ଲକ ଟପର

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଇତିଶ୍ରୀ ରାଣୀ ସାହୁ ଓ ମାଳ ତେନ୍ତୁଳିଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ର ମନ୍ଥନ ନାହାକ ଉଭୟେ ଚଳିତ ଦଶମ ଶ୍ରେଣୀ ପରୀକ୍ଷାରେ ୫୪୩ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇ ମିଳିତ ବ୍ଲକ ଟପର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଇତିଶ୍ରୀ ରାଣୀ ସାହୁ ଓ ମନ୍ଥନ ଉଭୟେ ଡାକ୍ତରୀ ପଢି ଲୋକଙ୍କ ସେବା କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଇତିଶ୍ରୀଙ୍କ ବାପା ରାମ ଚନ୍ଦ୍ର ସାହୁ ଜଣେ ରୁପା କାରିଗର ଓ ମାଆ ମମତା ରାଣୀ ସାହୁ ଜଣେ ଗୃହିଣୀ ଅଟନ୍ତି। ସେହିପରି ମନ୍ଥନଙ୍କ ବାପା ଗୋପାଳ କୃଷ୍ଣ ନାହାକ ସୁରାଟରେ ସୂତା କଳରେ ଶ୍ରମିକ ଭାବେ କାମ କରୁଥିବା ବେଳେ ମାଆ ରତ୍ନମାଳା ନାହାକ ଗୃହିଣୀ ଅଟନ୍ତି। ଉଭୟ ବ୍ଲକ ଟପର ମେଧାବୀ ଛାତ୍ରୀ ଓ ଛାତ୍ର ଗରିବ ପରିବାରର ହୋଇଥିବା ବେଳେ ସେମାନଙ୍କ ଉଚ୍ଚ ଶିକ୍ଷା ପାଇଁ ସରକାରୀ ବା ବେସରକାରୀ ସାହାଯ୍ୟ ନିତାନ୍ତ ଆବଶ୍ୟକ। ଉଭୟ ଟପରଙ୍କ ପରିବାର ସେମାନଙ୍କ ସନ୍ତାନଙ୍କ ଉନ୍ନତି ପାଇଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି। ସେହିପରି ପୋଲସରା ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟର ସ୍ନେହା ପ୍ରଧାନ ୫୨୩ ମାର୍କ ଓ ସ୍ନେହାଞ୍ଜଳି ସାହୁ ୫୨୦ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସ୍କୁଲର ମୋଟ ୯୫ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୮୮ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ପୋଲସରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦୁଇ ଜଣ ହିତେଶ ସାହୁ ଓ ବିଶ୍ୱାମିତ୍ରା ପ୍ରଧାନ ଉଭୟେ ୫୪୦ ମାର୍କ ରହିଥିବା ବେଳେ ଶିକ୍ଷା ଅନୁଷ୍ଠାନର ୬୬ ଜଣ ପରୀକ୍ଷା ଦେଇ ୬୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ