ଇତିହାସାୟନର ଉନ୍ମୋଚନ
ନିମାପଡ଼ା,(ସନ୍ତୋଷ ଦାଶ):ଭାରତୀୟ ଇତିହାସ ସଙ୍କଳନ ସମିତି, ଓଡ଼ିଶା (ପୂର୍ବପାନ୍ତ)ର ମୁଖପତ୍ର ଇତିହାସାୟନର ୧୧ ତମ
ସଂଖ୍ୟା ଭୁବନେଶ୍ୱର ତିନି ନମ୍ୱର ସ୍ଥିତ ସରସ୍ବତୀ ଶିଶୁମନ୍ଦିର ସଭାକକ୍ଷ
ଠାରେ ଲୋକାର୍ପଣ ହୋଇଯାଇଛି। ଏହି ବିଶେଷ ସଂଖ୍ୟା ଟି ଆମ ଓଡ଼ିଶା ର ଗର୍ବ ଓ ଗୌରବ କୋଣାର୍କ ଉପରେ ଆଧାରିତ। ଏହି ଉନ୍ମୋଚନ ଉତ୍ସବ ରେ ଡ଼ଃ. ସନ୍ତୋଷ ମିତ୍ର ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଗୋପାଳ କୃଷ୍ଣ ଦାଶ, ମୁଖ୍ୟବକ୍ତା ଭାବେ ପ୍ରାଚୀ ଗବେଷକ ହଂସନାଥ ସାହୁ ଯୋଗଦାନ କରି କୋଣାର୍କ ସଂପର୍କ ରେ ଓ ଇତିହାସାୟନ ପୁସ୍ତକ ସଂପର୍କ ରେ ଆଲୋକପାତ କରିଥିଲେ। ଭାରତୀୟ ଇତିହାସ ସଙ୍କଳନ ଯୋଜନା ର ଜାତୀୟ ସଂପର୍କ ପ୍ରମୁଖ କମଳେଶ ଙ୍କ ମାଗ ଦର୍ଶନ ରେ ବନବିହାରୀ ନାୟକ, ଡ଼ଃ. ସନ୍ତୋଷ କୁମାର ମିତ୍ର, ଡ଼ଃ. ପାରେଶ୍ୱର ସାହୁ ପ୍ରମୁଖ ଙ୍କ ସମ୍ପାଦନା ରେ ପ୍ରକାଶିତ ଏହି ପୁସ୍ତକ
ପାଠକୀୟ ସ୍ଵୀକୃତି ପାଇପାରିବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ। ଏହି ଉତ୍ସବ କୁ ସମ୍ପାଦକ
ଗୋପାଳ ଚନ୍ଦ୍ର ମହାପାତ୍ର, କାର୍ଯ୍ୟକାରୀ ସମ୍ପାଦକ ଗିରିଧାରୀ ପାତ୍ର ଓ ଉପ ସମ୍ପାଦକ ଡ଼ଃ. ଗିରିଜା ଶଙ୍କର ବଳ ପ୍ରମୁଖ ପରିଚାଳନା କରିଥିଲେ।