ଇତିହାସ ରଚିଲା ପୁରୁଷ ହକିଟିମ୍
ଚଳିତ ବର୍ଷ ଏଫ୍ଆଇଏଚ୍ ହକି ଚାମ୍ପିଆନ ହୋଇଛି ଭାରତ । ଭୂବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ଫାଇନାଲ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ପରାସ୍ତ କରି ୨୦୨୦ ଟୋକିଓ ଅଲମ୍ପିକ ପାଇଁ ଟିକେଟ ହାସଲ କରିଛି । ଭାରତ ପକ୍ଷରୁ ହରମନ ପ୍ରିତ ସିଂ ଓ ବରୁଣ କୁମାର ୨ ଟି ଲେଖାଏଁ ଗୋଲ ଦେଇଥିôôବାବେଳେ ଦକ୍ଷିଣ ଆଫ୍ରିକା ପକ୍ଷରୁ ରିଚାର୍ଡ ଗୋଲ ଗୋଟିଏ ଗୋଲ ଦେବା ପାଇଁ ସକ୍ଷମ ହୋଇଥିଲା ।