ଇତିହାସ ରଚିଲା ସେୟାର ବଜାର : ୫୭ ହଜାର ପଏଣ୍ଟ ଅତିକ୍ରମ କଲା ସେନସେକ୍ସ
ମୁମ୍ବାଇ, ମଙ୍ଗଳବାର ଭାରତୀୟ ସେୟାର ବଜାର ଆରମ୍ଭରୁ ଭଲ କାରବାର କରିଛି । ବିଏସଇ ସେନସେକ୍ସ ଓ ଏନଏସଇ ନିଫ୍ଟି ରେକର୍ଡ ସ୍ତରରେ ପହଁଚିଛି । ବିଏସଇ ସେନସେକ୍ସ ୧୦୬ ଅଙ୍କ ବୃଦ୍ଧି ପାଇ ୫୬୯୯୫.୧୫ରେ ଖୋଲିଥିଲା ପରେ ଏହା ୫୭୧୨୪.୭୮ରେ ପହଁଚି ଯାଇଥିଲା । ଏହାପରେ କିନ୍ତୁ ସାମାନ୍ୟ ତଳକୁ ଖସିଥିଲା ସେନସେକ୍ସ । ଏତତ୍ ବ୍ୟତୀତ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜରେ ନିପ୍ଟି ୧୬ ଅଙ୍କ ବଢି ୧୬,୯୪୭.୫୦ରେ ଖୋଲିଥିଲା । ସକାଳେ ନିଫ୍ଟି ୬୪ ଅଙ୍କ ବୃଦ୍ଧି ପାଇ ୧୬,୯୯୫.୫୫ ପଏଣ୍ଟରେ ପହଁଚିଯାଇଥିଲା ।ଆଇଟି ଇଣ୍ଡେକ୍ସରେ ୧ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଥିଲା । ଏଫଏମସିଜି ଓ ଫାର୍ମା କମ୍ପାନୀ ଭଲ କାରବାର କରିଥିଲେ ।ଆଇଟି ସେୟାରରେ ଜୋରଦାର ଅଭିବୃଦ୍ଧି ଦେଖିବାକୁ ମିଳିଥିଲା । ଅଗଷ୍ଟରେ ୧୩ ପ୍ରତିଶତ ବୃଦ୍ଧି ସହ ଆଇଟି ଇଣ୍ଡେକ୍ସ ନୂଆ ସ୍ତରରେ ପହଁଚିଛି । ଟିସିଏସ, ଏଚସିଏଲ, ଏଲ ଆଣ୍ଡ୍ ଇନଫୋଟେକ୍, କୋଫରେଜର ସେୟାର ସର୍ବୋଚ୍ଚ ସ୍ତର ଛୁଇଁଛି ।