ଇତିହାସ ରଚିଲେ ଆଭାନି ଲେଖାରା : ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ
ନୂଆଦିଲ୍ଲୀ: ଭାରତର ବନ୍ଧୁକ ଚାଳନାକାରୀ ୧୯ ବର୍ଷ ବୟସ୍କା ଆଭାନି ଲେଖାରା ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ସେ ଆର୨-ମହିଳା ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ ଏସଏଚ ୧ ଫାଇନାଲରେ ଏହି ଗୌରବ ଆଣିଦେଇଛନ୍ତି। ସୂଚନାଯୋଗ୍ୟ ଯେ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସେ ଭାରତର ପ୍ରଥମ ମହିଳା କ୍ରୀଡାବିତ ହୋଇଛନ୍ତି। ଏଥିସହିତ ଭାରତର ଯୋଗେଶ କାଥୁନିୟାଙ୍କୁ ଡିସ୍କସ ଥ୍ରୋ ରେ ରୌପ୍ୟ ପଦକ ମିଳିଛି। ଟୋକିଓ ୨୦୨୦ ପାରାଲିମ୍ପିକ୍ସର ପୁରୁଷ ଡିସ୍କସ ଥ୍ରୋ ଏଫ୫୬ ବର୍ଗ ଫାଇନାଲରେ ଯୋଗେଶ ୪୪.୩୮ ମିଟର ଦୂରତା ପର୍ଯ୍ୟନ୍ତ ଡିସ୍କସ ଥ୍ରୋ କରି ଦ୍ୱିତୀୟ ସ୍ଥାନରେ ରହିବା ସହିତ ରୌପ୍ୟ ପଦକ ବିଜେତା ହୋଇଛନ୍ତି।