ଇଦ୍ରେ ଆସିବ “ରାଧେ’
ମୁମ୍ବାଇ: ସୁପରଷ୍ଟାର ସଲମାନ୍ ଖାନ୍ଙ୍କ ଅପକମିଂ ଫିଲ୍ମ “ରାଧେ’ ୨୦୨୦ ଇଦରେ ମୁକ୍ତିଲାଭ କରିବ ବୋଲି କୁହାଯାଉଛି । ଏନେଇ ସଲମାନ୍ଙ୍କ ଫ୍ୟାନମାନ ସୋସିଆଲ ମିଡ଼ିଆରେ ପ୍ରଚାର କରିବା ଆରମ୍ଭ କରିଦେଲେଣି । ସଲମାନ୍ଙ୍କ ଫିଲ୍ମ ଦେଖିବା ଲାଗି ସେମାନଙ୍କ ମନରେ ଉକ୍ରଣ୍ଠା ଭରି ରହଛି । ପୂର୍ବରୁ ସଲମାନ୍ ନିଶ୍ଚିତ ଭାବେ ଇଦ୍ରେ ତାଙ୍କର ଏକ ଫିଲ୍ମ ରିଲିଜ୍ ହେବ ବୋଲି କହିଥିଲେ । ତେବେ କେଉଁ ଫିଲ୍ମଟି ତାଙ୍କର ଇଦ୍ରେ ମୁକ୍ତିଲାଭ କରିବ, ସେ ନେଇ କିଛି କୁହାଯାଇନାହିଁ । ଏହାକୁ ନେଇ ଫ୍ୟାନ୍ଙ୍କ ମଧ୍ୟରେ ସସ୍ପେନ୍ସ ଲାଗିରହିଛି । ଖୁବ୍ଶୀଘ୍ର ଏନେଇ ଅଫିସିଆଲ ଆନାଉନ୍ସମେଣ୍ଟ କରାଯିବ ବୋଲି ଜଣାପଡ଼ିଛି । “ଦବଙ୍ଗ-୩’ ପରେ ସଲମାନ୍ଙ୍କ ପରବର୍ତ୍ତୀ ଫିଲ୍ମ ହେଉଛି “ରାଧେ’ । ପ୍ରଭୁଦେବାଙ୍କ ନିର୍ଦ୍ଦେଶନାରେ ଏହା ପ୍ରସ୍ତୁତ କରାଯାଉଛି । ଏହା ସମ୍ଭବତଃ ୨୦୨୦ ଇଦ୍ରେ ମୁକ୍ତିଲାଭ କରିବ । ଏହାକୁ ନେଇ ଏବେଠାରୁ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।