ଇଦ୍ ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୁଭେଚ୍ଛା ବାର୍ତ୍ତା
ନୂଆଦିଲ୍ଲୀ : ଆଜି ସାରା ଦେଶରେ ମୁସଲମାନଙ୍କ ପବିତ୍ର ଇଦ୍ ପର୍ବ ପାଳନ ହେଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସମସ୍ତ ସତର୍କ ଅବଲମ୍ବନ କରି ସାମାଜିକ ଦୂରତା ରକ୍ଷା କରି ଏହି ପବିତ୍ର ଇଦ୍ ପର୍ବକୁ ପାଳନ କରିବା ଓ କରୋନା ଭାଇରସକୁ ହରାଇବା ବୋଲି ମୋଦୀ ଦେଶବାସୀଙ୍କୁ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ ଜରିଆରେ ମଧ୍ୟ ଶୁଭେଚ୍ଛା ଜଣାଇବା ସହ ସମସ୍ତେ ସୁସ୍ଥ ରୁହନ୍ତୁ ବୋଲି ସେ ତାଙ୍କ ବାର୍ତ୍ତା ଦେଇଛନ୍ତି ।