ଇଦ୍ ପର୍ବରେ ଯୋଗ ଦେଲେ କ୍ରୀଡ଼ାମନ୍ତ୍ରୀ
ନୟାହାଟ (ଜୁଗାବ୍ଦ ନ୍ୟୁଜ୍): ୟାହାଟ ଅଞ୍ଚଳରେ ଇଦ୍ ପର୍ବ ପାଳିତ ହୋଇଯାଇଛି । ବିଶୁଳିପଡ଼ା, ଚଢ଼େଇଖିଆ, ଶିଙ୍ଗପାନିଆ, ମିର୍ଜାସାହି, ରଙ୍ଗତୋଟା, ସୁଜାଗଡ଼ ଆଦି ବସ୍ତିରେ ମୁସଲମାନ ଜନସାଧାରଣ ନୂତନ ବସ୍ତ ପରିଧାନ କରି ନମାଜ ପାଠ କରିଥିଲେ । ଏହି ଅବସରରେ କାକଟପୁର ବିଧାୟକ ତଥା କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ମନ୍ତ୍ରୀଙ୍କ ସହ ଧୂମାଳ ସଭାପତି ଟୁକୁନା ମହାନ୍ତି, ଜଙ୍ଗଲବୋରୀ ସଭାପତି କାହ୍ନୁଚରଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।