ଇଦ ଉଲ ଫିତର ପର୍ବ ପାଳିତ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ସାରା ବିଶ୍ୱରେ ମୁସଲମାନଙ୍କ ଇଦ- ଉଲ -ଫିତର ପର୍ବ ପାଳନ ହେଉଥିବାବେଳେ ପୁରୀ ଜିଲ୍ଲା ଚାରିଛକ ଓ ନିମାପଡ଼ା ଅଞ୍ଚଳର ବିଭିନ୍ନ ଗ୍ରାମରେ ଇଦ-ଉଲ-ଫିତର ପର୍ବ ଧୁମଧାମ ରେ ପାଳିତ ହୋଇଯାଇଛି । ଏହି ଅବସରରେ ରେ ନିମାପଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସମୀର ରଞ୍ଜନ ଦାଶ ଗାଁ ଗାଁ ବୁଲି ସମସ୍ତ ମୁସଲମାନ ଭାଇ ଭଉଣୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ନିମାପଡା ନିର୍ବାଚନ ମଣ୍ଡଳୀ ର ବିଜେଡି ଯୁବ ନେତା ଦିଲ୍ଲିପ ନାୟକ ବିଭିନ୍ନ ପଞ୍ଚାୟତରେ ଥିବା ମସଜିଦ କୁ ଯାଇ ମୁସଲମାନ ଭାଇ ଭଉଣୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଇଦ- ଉଲ -ଫିତର ପର୍ବର ମଜା ନେଇଥିଲେ। ଏହି ଅବସର ରେ ନିମାପଡା ବ୍ଲକ ସାଂସଦ ଙ୍କ ପ୍ରତିନିଧି ପୂର୍ଣଚନ୍ଦ୍ର ଓଝା ଅତିଥି ଭାବେ ବାହାରଣା ପଞ୍ଚାୟତ ଖୁଲିସ ଚାନ୍ଦିପୁର ବସ୍ତିରେ ଯୋଗଦେଇ ମୁସଲମାନ ଭାଇ ଭଉଣୀ ମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ । ଚାରିଛକ ଅଞ୍ଚଳରେ ଥିବା କଳାପାଞ୍ଚଣ ପଞ୍ଚାୟତ ର ମାଧି ବ୍ରହ୍ମପୁର ,ତୁଳସୀପୁର ପଞ୍ଚାୟତ ର କୁସୁମାଠେଙ୍ଗ, ବାହାରଣା ପଞ୍ଚାୟତ ର ଖୁଲିସ ,ଚାନ୍ଦିପୁର ବସ୍ତି ଓ ଭୋଦର ପଞ୍ଚାୟତ ଗୋବିନ୍ଦପୁର ବସ୍ତି ମାନଙ୍କରେ ଇଦ- ଉଲ – ଫିତର ପର୍ବ ପାଳିତ ହୋଇଥିଲା। ମୁସଲମାନ ଭାଇ ମାନେ ସକାଳୁ ସ୍ନାନ କରି ନୂତନ ବସ୍ତ୍ର ପରିଧାନ କରି ମସଜିଦ( ଇ )ଅକ୍ସା ଓ ପିରପଡିଆ ଠାରେ ବିଶ୍ୱ ସହିତ ଭାରତ ବର୍ଷର କଲ୍ୟାଣ ଉଦେଶ୍ୟ ରେ ଆଲ୍ଲା ଙ୍କ ପାଖରେ ସମୂହ ନମାଜ ପାଠ କରିଥିଲେ । ପରେ କୋଳା କୋଳି ହୋଇ ନିଜ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରି ପରସ୍ପର କୁ ଇଦ ମୁବାରକ ଜଣାଇଥିଲେ। ଏହି ଇଦ ଉଲ ଫିତର ପର୍ବ ପାଇଁ ଚାରିଛକ ଓ ନିମାପଡ଼ା ଅଞ୍ଚଳ ର ସମସ୍ତ ବସ୍ତି ଉତ୍ସବ ମୁଖର ହୋଇ ପଡ଼ିଥିଲା।

Spread the love

Advertisement

ଏବେ ଏବେ