ଇନଟାକ ପକ୍ଷରୁ କୁଇଜ ପ୍ରତିଯୋଗିତା
ବାଲେଶ୍ୱର, (ସରୋଜ ପଣ୍ଡା):ଇନ୍ଟାକ୍ର ବାଲେଶ୍ୱର ଚାପ୍ଟର ପକ୍ଷରୁ ସର୍ବଭାରତୀୟ ଉଚ୍ଚ ବିଦ୍ୟାଳୟସ୍ତରୀୟ, କୁଇଜ୍ ପ୍ରତିଯୋଗିତା, ସିଦ୍ଧି ବିନାୟକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ଲିଖିତ ଓ ପରେ ମୌଖିକ ପରୀକ୍ଷାରେ ବାଲେଶ୍ୱରର ବିଭିନ୍ନ ବିଦ୍ୟାଳୟର ୧୦୧ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବାଲେଶ୍ୱର ଚାପଟର ମୁଖ୍ୟ ଆବାହକ ଉଦୟ ରଞ୍ଜନ ଦାସ ଏଥିରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତାର ନିୟମାବଳୀ ସମ୍ପର୍କରେ ଅବଗତ କରିଥିଲେ । ମୌଖିକ ପରୀକ୍ଷାରେ ପ୍ରଥମରେ ସେଣ୍ଟ ଥୋମାସ୍ କନଭେଣ୍ଟ୍ ବିଦ୍ୟାଳୟର ସଞ୍ଜିବନୀ ସାଜି ଓ ଆର୍ଯ୍ୟଶ୍ରୀ ଦାସଅଧିକାରୀ, ଦ୍ୱିତୀୟରେ ସିଦ୍ଧି ବିନାୟକ ବିଦ୍ୟାଳୟର ପ୍ରିତମ୍ଜ୍ୟୋତି ବିଶ୍ୱାଳ ଓ ସୌମୀତ୍ର କୁମାର ଦେ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ ସେଣ୍ଟ ଥୋମାସ୍ ବିଦ୍ୟାଳୟର ସ୍ନିଗ୍ଧାସୁମନ ପଣ୍ଡା ଓ ମୋନାଲି ବିଶ୍ୱାଳ । ବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ପଣ୍ଡା, ସନତ୍ କୁମାର ନାୟକ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅର୍ଚ୍ଚନା ନନ୍ଦୀ, ଭାବଗ୍ରାହୀ ମହାନ୍ତି, ଅଖିଳ କୁମାର ଦାସ, ସତ୍ୟନାରାୟଣ ନନ୍ଦ, ହରେନ୍ ରଣା ପ୍ରମୁଖ ବାଲେଶ୍ୱର ଇନ୍ଟାକ୍ ଚାପ୍ଟର କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।