ଇନଟାକ ପକ୍ଷରୁ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା

ବାଲେଶ୍ୱର, (ସରୋଜ ପଣ୍ଡା):ଇନ୍‌ଟାକ୍ ଦ୍ୱାରା ‘ଖାନା ଖଜାନା: ଆମର ଖାଦ୍ୟ ପରମ୍ପରା’ ଶୀର୍ଷକ ଏକ ବିଦ୍ୟାଳୟ ସ୍ତରୀୟ ସର୍ବଭାରତୀୟ ଚିତ୍ରାଙ୍କନ ଏବଂ ପ୍ରବନ୍ଧ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଅଛି । ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଆୟୋଜିତ ପ୍ରତିଯୋଗିତାରେ ବାଲେଶ୍ୱରର ବିଭିନ୍ନ ବିଦ୍ୟାଳୟର ୫୦ରୁ ଊର୍ଦ୍ଧ୍ୱ ସପ୍ତମରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ପ୍ରତିଯୋଗୀଙ୍କୁ ଓଡ଼ିଶାର ଏକ ପାରମ୍ପରିକ ଖାଦ୍ୟର ଚିତ୍ରାଙ୍କନ ସହ ତତ୍ ସମ୍ବନ୍ଧୀୟ ଏକ ପ୍ରବନ୍ଧ ରଚନା ପାଇଁ କୁହାଯାଇଥିଲା । ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ୧୦ଜଣ ପ୍ରତିଯୋଗୀଙ୍କୁ ଏବଂ ଆନ୍ତରାଜ୍ୟ ସ୍ତରୀୟ ୧୦୦ ଜଣ ପ୍ରତିଯୋଗୀଙ୍କୁ ଇନ୍‌ଟାକ୍ ଦିଲ୍ଲୀ ପକ୍ଷରୁ ପୁରସ୍କୃତ କରାଯିବାକୁ ସ୍ଥିର ହୋଇଅଛି । ପ୍ରତିଯୋଗିତା ପ୍ରାରମ୍ଭରେ ଇନଟାକ ବାଲେଶ୍ୱର ଚାପଟାରର ଆବାହକ ହୃଦୟ ରଞ୍ଜନ ଦାସ ବିବରଣୀ ପ୍ରଦାନ ସହ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ସଭ୍ୟ ଭାବଗ୍ରାହୀ ମହାନ୍ତି ପାରମ୍ପରିକ ଖାଦ୍ୟର ଉତ୍କର୍ଷତା ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସଭ୍ୟ ଡା. ଦେବାଶିଷ ମିଶ୍ର, ଯଶୋଦାନନ୍ଦନ ଆଶ୍‌, ଗୌରୀଶଙ୍କର ନାୟକ, ଅଖିଳ କୁମାର ଦାସ ଏବଂ ଶୀତିକଣ୍ଠ ଦୀକ୍ଷିତ ଓ ବାଲେଶ୍ୱର କଳା ମହାବିଦ୍ୟାଳୟର ଅଧ୍ୟାପକ ଦୈତାରୀ ବେହେରା ଏବଂ ଅନୁଷ୍ଠାନର ଛାତ୍ରବୃନ୍ଦ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ