ଇନଟ୍ୟୁଇଟ୍ କୁଇକ୍ ବୁକ୍କୁ ଏସିଆ ପାସିଫିକ୍ ଷ୍ଟିଭେଲ ପୁରସ୍କାର
ଅଗ୍ରଣୀ ବ୍ୟବସାୟୀକ ତଥା ଫାଇନାନ୍ସିଆଲ୍ ପରିଚାଳନା ସମାଧାନ ଉପଲବ୍ଧ କରାଉଥିବା କମ୍ପାନୀ ଇନଟ୍ୟୁଇଟ୍କୁ ଏହାର କୁଇକ୍ ବୁକ୍ ଆସିଷ୍ଟାନ୍ସ୍ ପାଇଁ ଏସିଆ ପାସିଫିକ୍ ଷ୍ଟିଭେଲ୍ ପୁରସ୍କାର-୨୦୧୯ ପ୍ରଦାନ କରାଯାଇଛି । ଏହା କ୍ଷୁଦ୍ର ବ୍ୟବସାୟୀଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେଇଥାଏ । ଗ୍ରାହକଙ୍କ ଆବଶ୍ୟକ ସେବା ସହାୟତା ପାଇଁ ଜ୍ଞାନକୌଶଳ ଉପଯୋଗୀତା ଲାଗି କମ୍ପାନୀକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ୨୦୧୭ ଜୁଲାଇରେ ଜିଏସ୍ଟି ଲାଗୁ ହେବା ପରେ କମ୍ପାନୀର ଯୋଗାଯୋଗ ବ୍ୟବସ୍ଥାରେ ୩୦୦ ପ୍ରତିଶତ ବୃଦ୍ଧି ହୋଇଛି । ଏହି ଅବସରରେ ଇନଟ୍ୟୁଇଟ୍ ଇଣ୍ଡିଆ କଂଟ୍ରି ମ୍ୟାନେଜର ଆଦିତି ପୁରୀ କହିଲେ.” ଆର୍ଥିକ ଅନ୍ତର୍ଭୁକ୍ତି କରଣ କ୍ଷେତ୍ରରେ ଇନଟ୍ୟୁଇଟ୍ କୁଇକ୍ ବୁକ୍ ଉଦ୍ୟୋଗଗୁଡ଼ିକୁ ଆବଶ୍ୟକ ସହାୟତା ଯୋଗାଇ ଦେଇଥାଏ । ଏହାଦ୍ୱାରା ସେମାନେ ଉପଯୁକ୍ତ ନିଷ୍ପତି ଗ୍ରହଣ କରି ସଫଳତା ହାସଲ କରିପାରନ୍ତି । ଆମେ ଭାରତରେ ବିଭିନ୍ନ ଷ୍ଟାଟ୍ ଅପ୍ ସହିତ ମିଳିତ ହୋଇଥିବାରୁ ବେଶ୍ ଆନନ୍ଦିତ । ଭାରତରେ ଷ୍ଟାଟ୍ଅପ୍ ଗୁଡ଼ିକର ବିକାଶ ପାଇଁ ଇନଟ୍ୟୁଇଟ୍ ପକ୍ଷରୁ ଆର୍ଥିକ ସକ୍ଷମତା ଲାଗି ଇନଟ୍ୟୁଇଟ୍ କୁଇକ୍ ବୁକ୍ ର ଆରମ୍ଭ କରାଯାଇଛି । ଏହାଦ୍ୱାରା ଭାରତୀୟ ଷ୍ଟାଟ୍ ଅପ୍ ଗୁଡ଼ିକର ବିକାଶ ଧାରା ପ୍ରଶସ୍ତ ହୋଇପାରିବ । ଏହା ଉଦ୍ୟୋଗୀକ ବିକାଶ ପାଇଁ ଖର୍ଚ୍ଚ ସୂଚନା, କ୍ୟାସ୍ ଫ୍ଲୋ୍, ଲାଭ, ଆକାଉଂଟସ୍ ଆଦି କ୍ଷେତ୍ରରେ ଆବଶ୍ୟକ ସହାୟତା ଉପଲବ୍ଧ କରାଇବାକୁ ସକ୍ଷମ ।
ଏହି କୁଇକ୍ ବୁକ୍ ସହଜରେ ବ୍ୟବହାର କରାଯାଇ ପାରିବ । ଏହା ଦ୍ୱାରା ବ୍ୟବସାୟୀଙ୍କ ସମୟ ଅପଚୟ ହେବ ନାହିଁ । ଏହା ସହିତ ବ୍ୟବସାୟୀକ କ୍ଷେତ୍ରରେ ବିଶ୍ୱାସନୀୟତା ବୃଦ୍ଧି ପାଇବ । ଏହା ସହିତ ଆବଶ୍ୟକ ଗାଇଡ୍ ଲାଇନ୍ ମଧ୍ୟ ମିଳି ପାରିବ । ଏହା ଜିଏସ୍ଟି ପଞ୍ଜିକରଣ, ଟ୍ୟାକ୍ସ୍ ସ୍ଲାବ୍ ଆଦି ସମ୍ପର୍କରେ ଆବଶ୍ୟକ ପରାମର୍ଶ ଉପଲବ୍ଦ କରାଇବ । ସୂଚନାଯୋଗ୍ୟ, ଇନଟ୍ୟୁଇଟ୍ ଇଣ୍ଡିଆ ୨୦୦୫ରେ ସ୍ଥାପିତ ହୋଇଥିବାବେଳେ ଏହାର ୧୦୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ୨୦୧୨ରେ ଏହା ଅନ୍ ଲାଇନ୍ରେ ଅକାଉଟିଂ ସମାଧାନ ଉପଲବ୍ଧ କରାଇଥିଲା । ୨୦୧୭ରେ ଏହା ଏକ ନମ୍ବର ସ୍ଥାନ ହାସଲ କରିଥିବାବେଳେ ୨୦୧୮ରେ ଏହା ୨ୟ ସ୍ଥାନ ଲାଭ କରିଛି । ବିଶ୍ୱ ବ୍ୟାପି ଏହାର ୪୬ ନିୟୁତ ଗ୍ରାହକ ଅଛନ୍ତି ।


